Latest Odisha News

BREAKING NEWS

ଡିସେମ୍ବର ୧୫ରୁ ଆରମ୍ଭ ହେବ ରେଲୱେ ପରୀକ୍ଷା

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଦେଶର ଅର୍ଥ ବ୍ୟବସ୍ଥା ଦୁର୍ବଳ ହୋଇପଡ଼ିଛି। ଦେଶରେ ବେରୋଜଗାର ଯୁବକ-ଯୁବତୀଙ୍କ ସଂଖ୍ୟା ବୃଦ୍ଧି ଚିନ୍ତାର କାରଣ ପାଲଟିଛି। ତେବେ ଚାକିରୀ ଆବେଦନକାରୀଙ୍କ ପାଇଁ ଆସିଛି ଖୁସି ଖବର । ଆସନ୍ତା ଡିସେମ୍ବରରୁ ଆରମ୍ଭ ହେବ ରେଲୱେ ପରୀକ୍ଷା । ଏନେଇ ଆଜି କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ ଟ୍ବିଟ୍‌ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଟ୍ବିଟ୍‌ କରି କହିଛନ୍ତି, ରେଲଓ୍ବେର ବିଭିନ୍ନ ପଦବୀ ପାଇଁ ସମସ୍ତ ୩ ଶ୍ରେଣୀର ଭର୍ତ୍ତୀ ପ୍ରକ୍ରିୟା ପାଇଁ ହୋଇଥିବା ଆବେଦନର ଯାଞ୍ଚ ସରିଛି । ବିଭିନ୍ନ ପଦବୀରେ ଭର୍ତ୍ତୀ ପାଇଁ ପରୀକ୍ଷା ୧୫ ଡିସେମ୍ବରରୁ ଆରମ୍ଭ ହେବ।

ସୂଚନାଯୋଗ୍ୟ ଯେ, କରୋନା ମହାମାରୀ ପାଇଁ ବିଭିନ୍ନ ସରକାରୀ ବିଭାଗରେ ଭର୍ତ୍ତୀ ପାଇଁ ପରୀକ୍ଷା କରାଯାଇନାହିଁ।  ଯେଉଁଥିପାଇଁ ବେରୋଜଗାର ଯୁବପୀଢ଼ି ନାରାଜ ଅଛନ୍ତି । ସରକାର ଯେତେବେଳେ ଜେଇଇ ଓ ନିଟ୍ ପରୀକ୍ଷା କରିବାକୁ ସବୁ ପ୍ରକାର ବନ୍ଦୋବସ୍ତ କରିପାରୁଛନ୍ତି ଏସଏସସି ଓ ରେଲଓ୍ବେ ପରୀକ୍ଷା କାହିଁକି କରିପାରିବେନି ବୋଲି ପ୍ରଶ୍ନ ଉଠାଇଥିଲେ ଆବେଦନକାରୀ ।

Leave A Reply

Your email address will not be published.