Latest Odisha News

BREAKING NEWS

ମେଣ୍ଟର ନାଁ ଇଣ୍ଡିଆ ରଖିବା ପରେ ‘ଜିତେଗା ଭାରତ’ ଟ୍ୟାଗ୍ ଲାଇନ୍ ରଖିଲେ ବିରୋଧୀ

ବେଙ୍ଗଳୁରୁ: କେନ୍ଦ୍ରର ମୋଦି ସରକାରଙ୍କୁ କ୍ଷମତାରୁ ହଟାଇବାକୁ ଅଣ୍ଟା ଭିଡ଼ିଥିବା ବିରୋଧୀ ଆଉ ଏକ ପାଦ ଆଗକୁ ବଢ଼ିଛନ୍ତି । ମଙ୍ଗଳବାର ମେଣ୍ଟର ନାଁ ଇଣ୍ଡିଆ ରଖିବା ପରେ ବିରୋଧୀ ଆଜି ଟ୍ୟାଗ୍ ଲାଇନ୍ ରଖିଛନ୍ତି ‘ଜିତେଗା ଭାରତ’ । ୨୦୨୪ ନିର୍ବାଚନ ପୂର୍ବରୁ ବିରୋଧୀ ଇଣ୍ଡିଆ, ଭାରତ ନାଁକୁ ଆପଣେଇ ନେବା ପରେ ଏବେ ବିଜେପି ପାଖରେ କେବଳ ହିନ୍ଦୁସ୍ଥାନ ବିକଳ୍ପ ବଞ୍ଚିଛି ।

ବିରୋଧୀଙ୍କ ଇଣ୍ଡିଆ ମେଣ୍ଟରେ ୨୬ ବିରୋଧୀ ଦଳ ସାମିଲ୍ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ମେଣ୍ଟର ଟ୍ୟାଗ୍ ଲାଇନ୍ ‘ଜିତେଗା ଭାରତ’ ରଖିବାକୁ ନିଷ୍ପତ୍ତି ହୋଇଛି । ମେଣ୍ଟର ଟ୍ୟାଗ୍ ଲାଇନ୍ ହିନ୍ଦୀରେ ରଖିବାକୁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପରାମର୍ଶ ଦେଇଥିଲେ ।

ବେଙ୍ଗଳୁରୁରେ ଅନୁଷ୍ଠିତ ବିରୋଧୀଙ୍କ ୨ ଦିନିଆ ବୈଠକରେ ମେଣ୍ଟର ନାଁ ଇଣ୍ଡିଆ ରଖିବାକୁ ଗତକାଲି ନିଷ୍ପତ୍ତି ନିଆଯାଇଥିଲା । ଯାହାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ୨୦୨୪ ନିର୍ବାଚନ ମୋଦି ବନାମ ଇଣ୍ଡିଆ ଯୁଦ୍ଧ ହେବ । ଇଣ୍ଡିଆ ସବୁବେଳେ ଜିତେ ବୋଲି କହିଛନ୍ତି ରାହୁଲ ।

Leave A Reply

Your email address will not be published.