Latest Odisha News

BREAKING NEWS

ଦି କଶ୍ମୀର ଫାଇଲ୍ସ, କେରଳ ଷ୍ଟୋରୀ ପରେ ଏବେ ନିର୍ମିିତ ହେବ ଆଜମେର ଫାଇଲ୍ସ

ମୁମ୍ବାଇ: କଶ୍ମୀର ଫାଇଲ୍ସ ଓ କେରଳ ଷ୍ଟୋରୀ ଫିଲ୍ମର ସଫଳତା ପରେ ଏବେ ନିର୍ମିତ ହେବାକୁ ଯାଉଛି ଆଜମେର ଫାଇଲ୍ସ । ୧୯୯୨ରେ ଘଟିଥିବା ଏକ ସତ୍ୟ କାହାଣୀ ଉପରେ ଏହା ଆଧାରିତ । ଭୂଜ ଦି ପ୍ରାଇଡ ଅଫ ଇଣ୍ଡିଆର ନିର୍ଦ୍ଦେଶକ ଅଭିଷେକ ଦୁଧୈୟା ପ୍ରଥମେ ଏହାକୁ ୱେବ ସିରିଜ କରିବେ ବୋଲି ଯୋଜନା କରିଥିଲେ । ଏବେ ଏହାକୁ ଫିଲ୍ମର ରୂପ ଦେବା ପାଇଁ ମେକର୍ସ ନିଷ୍ପତି ନେଇଛନ୍ତି । ୧୯୯୨ରେ ଆଜମେରରେ ଏକ ଜମିଦାର ପରିବାର ଏବଂ ତାଙ୍କ ସମ୍ପର୍କୀୟମାନେ ୩୦୦ ଝିଅଙ୍କୁ ବ୍ଲାକମେଲ କରିଥିଲେ । ପୋଲିସ ତଦନ୍ତ ପରେ ଯେତେବେଳେ ସତ୍ୟ ସାମ୍ନାକୁ ଆସିଲା ସାରା ଦେଶରେ ଏହା ଆଲୋଡନ ସୃଷ୍ଟି କରିଥିଲା ।

ଉକ୍ତ ମହିଳାମାନଙ୍କ ନଗ୍ନ ଫଟୋ ଉତୋଳନ କରିବା ସହ ବେଶ୍ୟାବୃତି ପାଇଁ ବାଧ୍ୟ କରାଯାଇଥିଲା । ଆଖିଦୃଶିଆ ଭାବେ ପୋଲିସ କିଛି ଜଣଙ୍କୁ ଗିରଫ କରିଥିଲା । ମାତ୍ର ଏବେବି ଅନେକ ଦୋଷୀ ଖୋଲାରେ ବୁଲୁଛନ୍ତି । ଟିପ୍ସ କମ୍ପାନୀର ଚେୟାରମ୍ୟାନ କୁମାର ତୈରାନୀ ଏଥିପାଇଁ ଅଂଟା ଭିଡିଛନ୍ତି । ଏହା ପରେ ସେ ନକ୍ସଲ ଉପଦ୍ରବୀଙ୍କ ଉପରେ ମଧ୍ୟ ଏକ ଫିଲ୍ମ କରିବା ପାଇଁ ଯୋଜନା କରିଛନ୍ତି ।

Leave A Reply

Your email address will not be published.