Latest Odisha News

BREAKING NEWS

ମନି ଲଣ୍ଡରିଂ ମାମଲାରେ ଗିରଫ ସତୈନ୍ଦ୍ର ଜୈନ୍‌ଙ୍କୁ ମିଳିଲା ଜାମିନ; ସର୍ତ୍ତ ରଖି ବେଲ୍ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଗିରଫ ଦିଲ୍ଲୀ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନ୍‌ଙ୍କୁ ମିଳିଲା ଜାମିନ। ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କୁ ୬  ସପ୍ତାହେ ପାଇଁ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ଗତବର୍ଷ ମେ ମାସରୁ ଗିରଫ ହୋଇ ସେ ତିହାର ଜେଲ୍‌ରେ ରହୁଛନ୍ତି। ଜେଲ୍‌ର ୭ ନମ୍ବର ସେଲ୍ ସେ ଏକାକୀ ରହୁଥିବା ବେଳେ ତାଙ୍କ ଉପରେ ମାନସିକ ଚାପ ପଡ଼ିବା ସହ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା। ୱାଶ୍‌ରୁମ୍‌ରେ ମୁଣ୍ଡ ବୁଲାଇ ପଡ଼ିଯିବା ପରେ ବର୍ତ୍ତମାନ ତାଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ସେ ବର୍ତ୍ତମାନ ଭେଣ୍ଟିଲେଟରରେ ରହିଥିବା ସୂଚନା ମିଳିଛି।

ଜାମିନ ଦେଇ କିଛି ସର୍ତ୍ତ ରଖିଛନ୍ତି ସୁପ୍ରିମକୋର୍ଟ। ବିନା ଅନୁମତି ଶ୍ରୀ ଜୈନ ଦିଲ୍ଲୀ ଛାଡ଼ିପାରିବେ ନାହିଁ କି ମିଡିଆ ସାମ୍ନାରେ କୌଣସି ମନ୍ତବ୍ୟ ରଖିପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଜୈନ୍ ତାଙ୍କ ଇଚ୍ଛା ଅନୁସାରେ ଯେକୌଣସି ହସ୍‌ପିଟାଲ୍‌ରେ ଚିକିତ୍ସା କରାଇପାରିବେ ବୋଲି କୋର୍ଟ କହିଛନ୍ତି। ତା ସହିତ ସମସ୍ତ ମେଡିକାଲ ରିପୋର୍ଟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦୋଇଛନ୍ତି।

ସତୈନ୍ଦ୍ର ଜୈନଙ୍କର ବର୍ତ୍ତମାନ ଦିଲ୍ଲୀ ଲୋକ ନାୟକ ଜୟ ପ୍ରକାଶ ନାରାୟଣ ହସ୍‌ପିଟାଲ୍‌ରେ ଚିକିତ୍ସା କରାଯାଉଛି। ଗୁରୁବାର ସେ ୱାଶ୍‌ରୁମ୍‌ରେ ମୁଣ୍ଡ ବୁଲାଇ ପଡ଼ିଯିବା ପରେ ତାଙ୍କୁ ପ୍ରଥମେ ଦୀଲ ଦୟାଲ ଉପାଧ୍ୟାୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଶ୍ୱାସକ୍ରିୟାରେ ସମସ୍ୟା ଦେଖା ଦେବାରୁ ଏଲ୍‌ଏନ୍‌ଜେପିକୁ ଟ୍ରାନ୍ସଫର କରାଯାଇଥିଲା। ବର୍ତ୍ତମାନ ସେଠାରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୋଟିଏ ସପ୍ତାହରେ ଦୁଇଥର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେଲାଣି ବୋଲି ଆପ୍ କହିଛି। ଏହା ପୂର୍ବରୁ ତାଙ୍କର ୩୫ କେଜି ଓଜନ ହ୍ରାସ ହୋଇଥିଲା ଆପ ଅଭିଯୋଗ କରିଥିଲା।

Leave A Reply

Your email address will not be published.