Latest Odisha News

BREAKING NEWS

ଟ୍ରମ୍ପଙ୍କ ନାମ ବଦଳ ରାଜନୀତି, “ନ୍ୟୁ ମେକ୍ସିକୋ” ହେବ “ନ୍ୟୁ ଆମେରିକା”

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ତାଙ୍କ ପୋଷ୍ଟ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏଥର ସେ ନ୍ୟୁ ମେକ୍ସିକୋ ରାଜ୍ୟର ନାମ ପରିବର୍ତ୍ତନ କରି “ନ୍ୟୁ ଆମେରିକା” କରିବା ପାଇଁ ଇଙ୍ଗିତ ଦେଇଛନ୍ତି।

ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍’ ସୋସିଆଲରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ସେ “ମେକ୍ସିକୋ” ଶବ୍ଦକୁ କାଟି “ଆମେରିକା” ଲଗାଇଛନ୍ତି। ଟ୍ରମ୍ପ ତାଙ୍କ ପୋଷ୍ଟରେ କହିଛନ୍ତି, “ଅନେକ ଲୋକ ନ୍ୟୁ ମେକ୍ସିକୋର ନାମ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଛନ୍ତି। ସେହି ସୁନ୍ଦର ରାଜ୍ୟର ଲୋକଙ୍କ ପାଇଁ ଏହା ସମ୍ମାନଜନକ ଏବଂ ସୁନ୍ଦର ହେବ।

ଅପରପକ୍ଷରେ ପୂର୍ବରୁ ଇରାନ ସହିତ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ ଟ୍ରମ୍ପ ହରମୁଜ୍ ପ୍ରଣାଳୀର ନାମ ପରିବର୍ତ୍ତନ କରିବାକୁ ଆହ୍ୱାନ କରିଥିଲେ। ଆମେରିକାର ରାଷ୍ଟ୍ରପତି ଏକ ପୋଷ୍ଟରେ କହିଥିଲେ ଯେ ଯଦି ହରମୁଜ୍ ଏବେ ଆମେରିକା ନିୟନ୍ତ୍ରଣରେ ଅଛି ତେବେ କାହିଁକି ଏହାର ନାମ ପରିବର୍ତ୍ତନ କରି ‘ଟ୍ରମ୍ପ୍ ପ୍ରଣାଳୀ’ ରଖାଯିବ ନାହିଁ। ସେ ଆହୁରି କହିଛନ୍ତି ଯେ, ଆମେରିକା ପରି ଷ୍ଟ୍ରେଟ୍ ମଧ୍ୟ ପୂର୍ବ ଅପେକ୍ଷା ଅଧିକ ଚଳଚଞ୍ଚଳ ହେବ।

ସେହିପରି ଟ୍ରମ୍ପ ହରମୁଜର ଏକ ମାନଚିତ୍ର ସେୟାର କରିଥିଲେ।ଆଉ ତାହାକୁ “ନୂଆ ଆମେରିକୀୟ କ୍ଷେତ୍ର” ବୋଲି ଦର୍ଶାଇଥିଲେ।

 

Comments are closed.