Latest Odisha News

BREAKING NEWS

ନେହା କକ୍କଡ଼ଙ୍କ ବିବାହ କଥା ଶୁଣି କଣ ପ୍ରତିକ୍ରିୟା ଦେଲେ ଆଦିତ୍ୟ ନାରାୟଣ?

ମୁମ୍ବାଇ: ଗାୟିକା ନେହା କକ୍କଡ ଏବେ ନିଜ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ସୂଚନା ଅନୁଯାୟୀ ନେହା କକ୍କଡ଼ ସିଙ୍ଗର ରୋହନପ୍ରୀତ ସିଂଙ୍କୁ ବିବାହ କରିବାକୁ ଯାଉଛନ୍ତି।

ନିକଟରେ ନେହା କକ୍କର ରୋହନପ୍ରୀତ ସିଂଙ୍କ ସହ ତାଙ୍କ ସମ୍ପର୍କକୁ ନିଶ୍ଚିତ କରିଛନ୍ତି। ନେହା ସୋସିଆଲ ମିଡିଆରେ ରୋହନପ୍ରୀତଙ୍କ ସହ ତାଙ୍କ ଫଟୋ ସେୟାର କରି ଲେଖିଛନ୍ତି, ତୁମେ ମୋର। ରୋହନପ୍ରୀତ ନେହାଙ୍କ ପୋଷ୍ଟରେ ମନ୍ତବ୍ୟ ଦେଇଛନ୍ତି, ନେହା ବାବୁ, ମୁଁ ତୁମକୁ ମୋ ଜୀବନଠୁ ଅଧିକ ଭଲ ପାଏ, ହଁ ମୁଁ କେବଳ ତୁମର। ମୋ ଜୀବନ। ରୋହନ ଏହା ସହିତ ଅନେକ ହୃଦୟ ଇମୋଜି ସହିତ ଏକ ଚୁମ୍ବନ ଇମୋଜି ମଧ୍ୟ ପୋଷ୍ଟ କରିଛନ୍ତି।

ଏହି ଫଟୋ ଦେଖିବା ପରେ ଆଦିତ୍ୟ ନାରାୟଣ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆଦିତ୍ୟ ଦୁହିଁଙ୍କର ଏକ ଫଟୋ ସେୟାର କରି ଲେଖିଥିଲେ, ନେହା କକ୍କଡ଼ ଏବଂ ବେବି ବ୍ରୋ, ଯିଏ ଏବେ ବହୁତ ହ୍ୟାଣ୍ଡ୍‌ସମ୍‌ ହୋଇଯାଇଛନ୍ତି। ଏହି କ୍ୟାପସନ୍ ସହିତ ଆଦିତ୍ୟ ହୃଦୟ ଇମୋଜି ମଧ୍ୟ ସେୟାର କରିଛନ୍ତି।

ଏହା ପରେ, ନେହା ଏକ ମେମ୍ ସେୟାର କରିଥିଲେ ଯାହାକି ଆଦିତ୍ୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିବାବେଳେ ‘ଅଚ୍ଛା ସିଲ୍‌ହା ଦିୟା ତୁନେ ମେରେ….’ ବୋଲି ଲେଖିଥିଲେ।

Leave A Reply

Your email address will not be published.