Latest Odisha News

BREAKING NEWS

ଭୂକମ୍ପ ଝଟ୍‌କାରେ ଥରିଲା ମଣିପୁର, ଲୋକେ ଆତଙ୍କିତ

ମଣିପୁର: ଭୂକମ୍ପ ଝଟ୍‌କାରେ ଥରିଲା ମଣିପୁର ବିଷ୍ଣୁପୁର ଅଂଚଳ । ଗତକାଲି ବିଳମ୍ବିତ ରାତିରେ ବିଷ୍ଣୁପୁର ଅଂଚଳରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୩ ରେକର୍ଡ କରାଯାଇଛି ।

BjdElectrycity

ସୂଚନା ଅନୁସାରେ ରାତି ୧୧ଟା ୮ମିନିଟ୍‌ରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ବିଷ୍ଣୁପୁରରୁ ୩୦ କି.ମି. ଦୂରରେ ଥିଲା। ହଠାତ୍‌ ଭୂକମ୍ପ ହେବା ଯୋଗୁ ଭୟରେ ଲୋକମାନେ ଘରୁ ବାହାରକୁ ଚାଲି ଆସିଥିଲେ। ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ।

Leave A Reply

Your email address will not be published.