Latest Odisha News

BREAKING NEWS

କରୋନା ପ୍ରଭାବିତ ରାଜ୍ୟରେ ଜାରି ରହୁ ଲକଡାଉନ୍: ମୋଦି

ନୂଆଦିଲ୍ଲୀ: ଅଧିକ କରୋନା ପ୍ରଭାବିତ ଅଂଚଳରେ ଜାରି ରହୁ ଲକଡାଉନ୍ । ଆଉ ଯେଉଁଠି କମ୍ ମାମଲା ରହିଛି ସେହି ସବୁ ରାଜ୍ୟ ତଥା ଜିଲ୍ଲାରେ ତାଲାବନ୍ଦ କଟକଣା କୋହଳ କରିବାକୁ ପ୍ରସ୍ତାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

କରୋନା ଭାଇରସ ମହାମାରୀ ସଙ୍କଟ ମଧ୍ୟରେ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସି ଜରିଆରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ଦେଶରେ ଜାରି ରହିଥିବା ତାଲାବନ୍ଦ କଟକଣାକୁ ପ୍ରତ୍ୟାହାର କରିବା ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ।

ସେ କହିଛନ୍ତି, ରାଜ୍ୟ ସରକାର ଲକଡାଉନ୍ କଟକଣା ନେଇ ନୀତି ପ୍ରସ୍ତୁତ କରିବା ଉଚିତ । ପରିସ୍ଥିତିକୁ ନଜରରେ ରଖି ସବୁ ରାଜ୍ୟ ନିଜ ନିଜ ଅଂଚଳରେ ତାଲାବନ୍ଦ କଟକଣା କୋହଳ କରିବାର ନିଷ୍ପତି ନେଇପାରିବେ । ତିନୋଟି ଜୋନରେ ତଥା ରେଡ୍, ଗ୍ରୀନ୍ ଏବଂ ଅରେଂଜ ଜୋନରେ ନିଜ ନିଜ ଅଂଚଳକୁ ବିଭକ୍ତ କରି ଏଠାରୁ କଟକଣା କୋହାଳ କରିପାରିବେ ବୋଲି ମୋଦି ପ୍ରସ୍ତାବ ଦେଇଛନ୍ତି ।

Leave A Reply

Your email address will not be published.