Latest Odisha News

ବିଧାୟକ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ ସୁଜିତ୍ ମହାପାତ୍ର ଓ ଉମାବଲ୍ଲଭ ରଥ

ପୁରୀ: ଆଜି ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପୁରୀ ସଦର ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ଭାବେ ଉଭୟ ସୁଜିତ୍ ମହାପାତ୍ର ଓ ଉମାବଲ୍ଲଭ ରଥ। କଂଗ୍ରେସ ଟିକେଟ କାଟିବା ପରେ ସୁଜିତ୍ ନିଜର ସମର୍ଥକଙ୍କ ସହ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଉମାବଲ୍ଲଭ ରଥ କଂଗ୍ରେସରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଗତକାଲି କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ଆକ୍ରମଣ କରିବା ଘଟଣାରେ କୁମ୍ଭାରପଡା ଥାନା ପୋଲିସ ସୁଜିତଙ୍କୁ ଅଟକ ରଖି ଆଜି ଛାଡିବା ପରେ ସ୍ୱାଧୀନ ପ୍ରାର୍ଥୀ ଭାବେ ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

BjdElectrycity

ନାମାଙ୍କନ ପତ୍ର ଦାଖଲ କରିବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ସୁଜିତ୍ ମହାପାତ୍ର। ଟିକେଟ କଟିବାକୁ ନେଇ ସେ ସିଧାସଳଖ ଟଙ୍କା କାରବାର ହୋଇଥିବା ଅଭିଯୋଗ କରି ପ୍ରଦେଶ କଂଗ୍ରେସକୁ ଦାୟୀ କରିଥିବା ବେଳେ ଉମାବଲ୍ଲଭ ରଥଙ୍କୁ ଆକ୍ରମଣ କରିବା ଘଟଣାକୁ ନିନ୍ଦା କରିଛନ୍ତି। ତେବେ ସ୍ୱାଧୀନ ଭାବେ ନିର୍ବାଚନ ଲଢୁଥିବାରୁ ଆଗକୁ ସେ କଂଗ୍ରେସରୁ ଇସ୍ତଫା ଦେବେ ବୋଲି କହିଛନ୍ତି। ରଥଙ୍କୁ ଆକ୍ରମଣ ଘଟଣାରେ ସେ ସମ୍ପୃକ୍ତି ନଥିବା ମଧ୍ୟ କହିଛନ୍ତି। ସେପଟେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥ ନିଆରା ଢଙ୍ଗରେ ବିଶାଳ ଶୋଭାଯାତ୍ରା କରି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ହଜାର ହଜାର ସମର୍ଥକ ଓ ଶଗଡରେ ନିଜ ସମର୍ଥକଙ୍କ ସହ ଆସି ରଥ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ତେବେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥ ନାମାଙ୍କନପତ୍ର ଦାଖଲ ପୂର୍ବରୁ କଂଗ୍ରେସର ଦୁଇଗୋଷ୍ଠୀ ହାତାହାତି ହୋଇଛନ୍ତି। ପୋଲିସ ଉପସ୍ଥିତିରେ ଉମାବଲ୍ଲଭ ରଥ ଓ ସୁଜିତ ମହାପାତ୍ର ଗୋଷ୍ଠୀ କଚେରୀ ଛକଠାରେ ମୁହାଁମୁହିଁ ହୋଇଥିବା ବେଳେ ପୋଲିସ ସ୍ଥିତି ନିୟନ୍ତ୍ରଣ କରିଥିଲା। ପରେ ଉମାବଲ୍ଲଭ ରଥ ନାମାଙ୍କନ ପତ୍ର ଦାଖଲ କରିବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି। ପୁରୀର ମୁଖ୍ୟ ସମସ୍ୟାକୁ ମୁଦ୍ଦା କରିବା ସହ ଶ୍ରୀମନ୍ଦିର ପ୍ରସଙ୍ଗକୁ ମୁଦ୍ଦା କରି ସେ ନିର୍ବାଚନ ଲଢିବେ ବୋଲି ମତ ପ୍ରକାଶ କରିଛନ୍ତି। ତେବେ କଚେରୀ ଛକଠାରେ ହାତାହାତି ପରିସ୍ଥିତି ଉପୁଜିବା ଉପରେ ସେ କାହାକୁ ଜାଣିନଥିବା କହିଛନ୍ତି।

Leave A Reply

Your email address will not be published.