Latest Odisha News

ଶ୍ରୀନଗର ପରେ ଏବେ କୁପୱାରାରେ ଡ୍ରୋନ୍‌ ବ୍ୟବହାର ମନା

କୁପୱାରା: ଶ୍ରୀନଗର ପରେ ଏବେ ଜମ୍ମୁକଶ୍ମୀରର କୁପୱାରାରେ ଡ୍ରୋନ୍‌ ବ୍ୟବହାରକୁ ବାରଣ କରାଯାଇଛି। ବିସ୍ଫୋରକ ଲୋଡ୍ ଡ୍ରୋନ୍ ଜାମ୍ମୁ ଏୟାରବେସ୍ ଉପରେ ଆକ୍ରମଣ କରିବାର କିଛି ଦିନ ପରେ ଶ୍ରୀନଗରରେ ଡ୍ରୋନ୍‌ ବ୍ୟବହାରକୁ ନି‌ଷେଧ କରାଯାଇଥିଲା।

ଏହାପରେ ଏବେ କୁପୱାରା ଜିଲ୍ଲା ପ୍ରଶାସନ ଡ୍ରୋନ୍ ଏବଂ ମାନବ ବିହୀନ ବିମାନ ଯାନ (UAV) ର ସଂରକ୍ଷଣ, ବିକ୍ରୟ, ଅଧିକାର, ବ୍ୟବହାର ଏବଂ ପରିବହନ ଉପରେ ପ୍ରତିବନ୍ଧକ ଲଗାଇଛି।

ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି କୁପୱାରା ଜିଲ୍ଲା ଡ୍ରୋନ୍‌ ବ୍ୟବହାରକୁ ବାରଣ କରାଯାଇଛି। ଏହା ଅତ୍ୟନ୍ତ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ ବୋଲି ଜିଲ୍ଲା ମାଜିଷ୍ଟ୍ରେଟ୍ କହିଛନ୍ତି।

Leave A Reply

Your email address will not be published.