Latest Odisha News

ନାବାଳକକୁ ଗୋଇଠା ମାରି ଚାକିରିରୁ ବିଦା ହେଲେ ୩ ପୋଲିସ କର୍ମଚାରୀ, ୨ ସସପେଣ୍ଡ

ଭୁବନେଶ୍ୱର: ମହଙ୍ଗା ପଡ଼ିଲା ନାବାଳକଙ୍କ ପୋଲିସ କର୍ମଚାରୀ ଗୋଇଠା ମାରିବା । ରାଜଧାନୀର କେସୁରା ଛକରେ ନାବାଳକକୁ ଗୋଇଠା ମାରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଗୋଇଠା ମାରିଥିବା ହୋମ ଗାର୍ଡ ଚାକିରିରୁ ବହିଷ୍କୃତ ହୋଇଛନ୍ତି । ସେହିପରି ପିସିଆର୍ ଇନଚାର୍ଜଙ୍କ ସହ ଆଉ ଜଣେ ହୋମଗାର୍ଡଙ୍କୁ ମଧ୍ୟ ଚାକିରିରୁ ବରଖାସ୍ତ କରାଯାଇଛି । ସେମାନଙ୍କ ବ୍ୟତୀତ ଅନ୍ୟ ଦୁଇ ଜଣ ପିସିଆର କର୍ମଚାରୀଙ୍କୁ ସସପେଣ୍ଡ କରିଛି କମିଶନରେଟ ପୋଲିସ ।

ଗତ ୨୯ ତାରିଖରେ କେସୁରା ଛକରେ ଥିବା ଏକ ଦୋକାନରେ ନାବାଳକକୁ ପୋଲିସ କର୍ମଚାରୀ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଲକଡାଉନ୍ ବେଳେ ନାବାଳକ ଚା’ ଦୋକାନ ଖୋଲିଥିବାରୁ ତାଙ୍କ ଉପରେ ଗୋଇଠା ମାରିଥିଲେ କର୍ମଚାରୀ । ସିସିଟିଭିରେ ମାଡ଼ ମାରିବା ଦୃଶ୍ୟ କଏଦ ହୋଇଥିଲା ।

ସେଦିନି ପିସିଆର୍ ଡ୍ୟୁଟିରେ ୫ ଜଣ ପୋଲିସ କର୍ମଚାରୀ ଥିଲେ । ସିସିଟିଭିରେ କଏଦ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ଏହାପରେ ତଦନ୍ତ କରି ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ହୋଇଛି ।

Leave A Reply

Your email address will not be published.