Latest Odisha News

ସମସ୍ତ କଟକଣାକୁ ଫୁ’, ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ

ପୁରୀ: ପୁଣି ଶ୍ରୀମନ୍ଦିର ସୁରକ୍ଷା ନେଇ ଉଠିଲା ପ୍ରଶ୍ନ । ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ । ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଇବା ଉପରେ କଟକଣା ଥିଲେ ମଧ୍ୟ ଡ୍ରୋନ୍ ଯୋଗେ ଆକାଶ ମାର୍ଗରୁ ଶ୍ରୀମନ୍ଦିର ଭିଡିଓ ଉତ୍ତୋଳନର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଏହି ଘଟଣା ଜଣା ପଡ଼ିବା ପରେ ଭକ୍ତ ମହଲରେ ପୁଣି ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

କିଛି ଅମାନିଆ ଆଇନ ଉଲ୍ଲଂଘନ କରି ଡ୍ରୋନ ଉଡାଉଥିବା ଦେଖିବାକୁ ମିଳିଛି । ତେବେ ସୋନୁ ମାଲି ନାମକ ଜଣେ ଯୁବକ ଏହି ଭିଡିଓ ଭାଇରାଲ୍ କରିଥିବା ସୂଚନା ରହିଛି । ଶ୍ରୀମନ୍ଦିର ଓ ଶ୍ରୀମନ୍ଦିର ଚତୁପାର୍ଶ୍ୱର ଦୃଶ୍ୟ ଡ୍ରୋନ୍ ମାଧ୍ୟମରେ ଦେଖାଇଛନ୍ତି ଯୁବକ ଜଣକ । ନୋ ଫ୍ଲାଇଁ ଜୋନ୍ ରେ ସମ୍ପୃକ୍ତ ଯୁବକ କେମିତି ଡ୍ରୋନ୍ ଉଡାଇଲେ ସେନେଇ ଉଠିଛି ପ୍ରଶ୍ନ । ଯାହାକି ସଂମ୍ପୂର୍ଣ୍ଣ ଭାବେ ବେଆଇନ ।

ବାରମ୍ୱାର ଏଭଳି ଘଟଣା ଘଟୁଥିବା କାରଣରୁ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠୁଛି ପ୍ରଶ୍ନ । ତେବେ କିଏ ଏହି ଯୁବକଙ୍କୁ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବାକୁ ଅନୁମତି ଦେଲା? ଆଉ ମନ୍ଦିର ଭିତରେ ଓ ବାହାରେ ମାଳ ମାଳ ପୋଲିସକର୍ମୀ ନିଯୁକ୍ତ ଥିବାବେଳେ କିପରି କେହି ଜାଣିପାରିଲେ ନାହିଁ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave A Reply

Your email address will not be published.