Latest Odisha News

BREAKING NEWS

ଫାଂଉଟେନ ଅଫ ୟୁଥ ଔଷଧ ମନୁଷ୍ୟର ବୟସ କମାଇଦେବ !

ନୂଆଦିଲ୍ଲୀ: ହାୱାର୍ଡ ୟୁନିଭରସିଟିର ବୈଜ୍ଞାନିକମାନେ ଗବେଷଣା କରି ଏକ ଚାଂଚଲ୍ୟକର ଖୁଲାସା କରିଛନ୍ତି । ସେମାନେ କହିଛନ୍ତି ଆଗାମୀ ଦିନରେ ମନୁଷ୍ୟର ବୟସ କମା ଏବଂ ବଢ଼ା ଯାଇପାରିବ । ଏଜିଂ ଜର୍ଣ୍ଣାଲରେ ପ୍ରକାଶିତ କେମିକାଲି ଇଣ୍ଡ୍ୟୁଷ୍ଟ ରି ପ୍ରୋଗ୍ରାମିଂ ଟୁ ରିଭର୍ସ ସେଲ୍ୟୁଲାର ଏଜିଂରେ ଏହି ତଥ୍ୟ ପ୍ରଦାନ କରାଯାଇଛି । ୬ଟି କେମିକାଲକୁ ନେଇ ଏକ ଫାଂଉଟେନ ଅଫ ୟୁଥ ଔଷଧ ପ୍ରସ୍ତୁତ କରାଯାଇଛି । ଏକ କକଟେଲ ମେଡିସିନର ୪ ଦିନ ଚିକିତ୍ସାରେ ମନୁଷ୍ୟର ବୟସ ୩ ବର୍ଷ କମିଯିବ । ସେ ପୂର୍ବାପେକ୍ଷା ଯୁବ ଦେଖାଯିବେ । ମାନବ କୋଷିକାକୁ ଏହି ଔଷଧ ମାଧ୍ୟମରେ ବଢ଼ା ଏବଂ କମା ଯାଇପାରିବ । ଯାହା ଫଳରେ ଜଣେ ବ୍ୟକ୍ତିର ବୟସ ମଧ୍ୟ କମା ଏବଂ ବଢ଼ା ଯାଇପାରିବ ।

ମୂଷାଙ୍କ ଉପରେ ଏହାର ପ୍ରାରମ୍ଭିକ ପରୀକ୍ଷଣ ସଫଳ ହୋଇଥିବା ପ୍ରକାଶ ପାଇଛି । ଖୁବ ଶୀଘ୍ର ମନୁଷ୍ୟଙ୍କ ଉପରେ ଏହାର ପରୀକ୍ଷଣ କରାଯିବ ବୋଲି ବୈଜ୍ଞାନିକମାନେ କହିଛନ୍ତି । ଏହି କକଟେଲ ମେଡିସିନ ଦୃଷ୍ଟିଶକ୍ତିରେ ମଧ୍ୟ ସୁଧାର ଆଣିବ ବୋଲି ସେମାନେ କହିଛନ୍ତି । ତେବେ ଏହି ପରୀକ୍ଷଣ କେତେ ଦୂର ସତ୍ୟ ତାହା ସ୍ପଷ୍ଟ ଭାବେ ପ୍ରମାଣିତ ହୋଇ ନାହିଁ । ଓଡିଶା ସମ୍ବାଦ ମଧ୍ୟ ଏହାର ସତ୍ୟତା ପୃଷ୍ଟି କରୁ ନାହିଁ । ତେବେ ଦୀର୍ଘ ଦିନ ଧରି ବିଭିନ୍ନ ଦେଶର ବୈଜ୍ଞାନିକମାନେ ଏ ନେଇ ଗବେଷଣା ଜାରୀ ରଖିଛନ୍ତି । ବୈଜ୍ଞାନିକ ଭିନ୍ନ ଭିନ୍ନ ଘୋଷଣା ଦ୍ୱନ୍ଦ୍ୱରେ ପକାଉଛି । ଜେନେଟିକ ମ୍ୟୁଟେଶନ ଯୋଗୁ ବୟସ ବଢ଼ିଥାଏ । ଯଦି ଏହା ଉପରେ କାବୁ କରାଯାଏ ତାହାହେଲେ କିଛି ଅସମ୍ଭବ ନୁହେଁ ।

Leave A Reply

Your email address will not be published.