Latest Odisha News

BREAKING NEWS

ଲକ୍ଷ ଲକ୍ଷ ଟଙ୍କା ରାସ୍ତାରେ ଉଡ଼ାଇଲେ ବ୍ୟକ୍ତି : ଟଙ୍କା ନେବାକୁ ହେଲା ଭିଡ଼,କାରଣ ଜାଣିଲେ ହେବେ ଚକିତ

ଚୀନ: କୁହାଯାଏ, ମଣିଷ ଜୀବନ ତୁଳନାରେ ଅର୍ଥ ମୂଲ୍ୟହୀନ । ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଚୀନରେ । କିଛି ଦିନ ତଳେ ଜଣେ ବ୍ୟକ୍ତି ରାସ୍ତାରେ ଯାଉଥିବା ଲୋକଙ୍କ ଉପରକୁ ଟଙ୍କା ଉଡ଼ାଇଥିଲେ । ହଜାରେ କି ଦୁଇ ହଜାର ନୁହେଁ ଲକ୍ଷ ଲକ୍ଷ ଟଙ୍କା ଉଡ଼ାଇଥିଲେ । ଏହି ଟଙ୍କାକୁ ନେବାକୁ ରାସ୍ତାରେ ଲୋକଙ୍କ ଭିଡ଼ ଜମିଲା । ଏମିତି କି ଟ୍ରାଫିକ୍ ଜାମ ହେଲା । ଏବେ ଏହାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି । ବ୍ୟକ୍ତି ଜଣକ କ’ଣ ପାଇଁ ଏତେ ଟଙ୍କା ଉଡ଼ାଇଥିଲେ ଜାଣିଲେ ଚକିତ ହୋଇଯିବେ ।

ଏହି ଘଟଣାଟି ଦେଖିବାକୁ ମିଳିଥିଲା ଚୀନର ଚୋଙ୍ଗକିଙ୍ଗ ମ୍ୟୁନିସିପାଲିଟି ଅଞ୍ଚଳରେ । ଏଠାରେ ରହୁଥିବା ଜଣେ ୬୭ ବର୍ଷୀୟ ବ୍ୟକ୍ତି ତାଙ୍କ ହାତରେ ଦୁଇଟି ପ୍ଲାଷ୍ଟିକ୍ ବ୍ୟାଗ୍ ଆଣିଥିଲେ । ଏଥିରେ ଖାଲି ନୋଟ୍ ବିଡ଼ା ହିଁ ଥିଲା । ଏକ ରାସ୍ତା କଡ଼ରେ ଛିଡ଼ା ହୋଇ ସେଠାରେ ଯାଉଥିବା ଲୋକଙ୍କ ଉପରକୁ ହଠାତ୍ ଟଙ୍କା ଉଡ଼ାଇଲେ । ଲୋକେ ଗାଡ଼ି ଅଟକାଇ ଟଙ୍କା ଗୋଟାଇବାକୁ ଲାଗିଲେ । ଏମିତି ପରିସ୍ଥିତି ସୃଷ୍ଟି ହେଲା ଯେ, ସେହି ରାସ୍ତାରେ ଟ୍ରାଫିକ୍ ଜାମ୍ ହେଲା । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ôଚ ଟ୍ରାଫିକ୍ ଜାମ୍ ହଟାଇବା ସହ ଉକ୍ତ ବ୍ୟକ୍ତିଙ୍କୁ ଥାନାକୁ ନେଇଥିଲା । ବ୍ୟକ୍ତି ଜଣକ ଏପରି କାହିଁକି ଟଙ୍କା ଫିଙ୍ଗୁଥିଲେ ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ।

ୱାଙ୍ଗନାମ୍ ନାମକ ଏହି ବ୍ୟକ୍ତି କହିଛନ୍ତି ଯେ, କିଛି ମାସ ତଳେ ତାଙ୍କ ପତ୍ନୀଙ୍କ ଦେହାନ୍ତ ହୋଇଯାଇଛି । ପତ୍ନୀଙ୍କୁ ହରାଇବା ପରେ ୱାଙ୍ଗନାମ୍ ପୁରା ଭାଙ୍ଗିପଡ଼ିଲେ । ଏତେ ଅର୍ଥ ରୋଜଗାର କରି ଲାଭ କ’ଣ । ଆଉ ଯାହା ଧନ ଅଛି ତାହା ସମ୍ପୂର୍ଣ୍ଣ ଅଦରକାରୀ । ତେଣୁ ମୁଁ ଏହି ଅଦରକାରୀ ଟଙ୍କାକୁ ଲୋକଙ୍କ ଉପରକୁ ଉଡ଼ାଉଥିଲି । ସେହିପରି ୱାଙ୍ଗଙ୍କ ଝ ିଅ କହିଛନ୍ତି ଯେ, ମାଆଙ୍କ ମୃତ୍ୟୁ ପରେ ବାପା ପୁରା ଏକା ହୋଇଯାଇଛନ୍ତି । ଆମେ ତାଙ୍କୁ ଯେତେ ବୁଝାଇଲେ ମଧ୍ୟ ସେ କିଛି ଶୁଣୁ ନାହାନ୍ତି । ସେ ମୋଟ ୭୫ ଲକ୍ଷ ଟଙ୍କା ଲୋକଙ୍କ ଉପରକୁ ଉଡ଼ାଇଥିବା ଜଣାଯାଇଛି ।

ଏହି ଭିଡିଓ ଦେଖିବା ପରେ ଲୋକେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଅନେକ କହିଛନ୍ତି ଯେ, ଏହା ଅତ୍ୟନ୍ତ ଭାବପ୍ରବଣ ଏବଂ ହୃଦୟସ୍ପର୍ଶୀ । ପ୍ରକୃତରେ ଜୀବନ ତୁଳନାରେ ଟଙ୍କା ମୂଲ୍ୟହୀନ ବୋଲି ଆହୁରି ଅନେକ ମତ ରଖିଛନ୍ତି ।

Leave A Reply

Your email address will not be published.