Latest Odisha News

BREAKING NEWS

ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ବଦଳିଲେ ଜିଲ୍ଲାପାଳ

ଝାରସୁଗୁଡ଼ା (କେ. ରୋଷନ ପୃଷ୍ଟି): ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ରାଜ୍ୟ ସରକାର ସୁବର୍ଣ୍ଣପୁର ଜିଲ୍ଲାପାଳ ଆବୋଲି ସୁନୀଲ ନରଭଣେଙ୍କୁ ନିଯୁକ୍ତି ଦେଇଛନ୍ତି । ଏନେଇ ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Ahead Of Jharsuguda Bypoll Sonepur Collector Transferred As DM Of Jharsuguda

ଝାରସୁଗୁଡ଼ା ଉପନିର୍ବାଚନର ଠିକ୍ ପୂର୍ବରୁ ବଦଳିଛନ୍ତି ଝାରସୁଗୁଡ଼ା ଜିଲ୍ଲାପାଳ । ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ସ୍ଥାନରେ ୨୦୧୫ ବ୍ଯାଚର ଆଇଏଏସ୍ ଆବୋଲି ସୁନୀଲ ନରଭଣେଙ୍କୁ ଦାୟିତ୍ୱ ଦିଆଯାଇଛି । ତତକ୍ଷଣାତ୍ ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ଯୋଗ ଦେବାକୁ ଆବୋଲି ସୁନୀଲ ନରଭଣେଙ୍କୁ ନିର୍ଦ୍ଦେଶ ରହିଛି ।

ଝାରସୁଗୁ଼ଡ଼ା ଉପନିର୍ବାଚନ ଲାଗି ଏପ୍ରିଲ୍ ୧୩ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି । ଏପ୍ରିଲ୍ ୨୦ ତାରିଖ ନାମାଙ୍କନର ଶେଷ ଦିନ ରହିଥିବା ବେଳେ ୨୧ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ଯାଞ୍ଚ, ୨୪ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯାଇ ପାରିବ । ମେ ୧୦ ତାରିଖରେ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ମେ ୧୩ ତାରିଖରେ ଭୋଟ୍ ଗଣତି ହେବ ।

Leave A Reply

Your email address will not be published.