Latest Odisha News

BREAKING NEWS

ରାହୁଲଙ୍କ ବିରୋଧରେ ଲଢ଼ିବେ କନ୍ନଡ଼ ଅଭିନେତା !

ଭୁବନେଶ୍ୱର: କର୍ଣ୍ଣାଟକରେ ରାହୁଲଙ୍କୁ କାଉଣ୍ଟର କରିବେ କନ୍ନଡ଼ ଅଭିନେତା କିଚା ସୁଦୀପ। ରାହୁଲଙ୍କ ଲୋକପ୍ରିୟତାକୁ ପ୍ରତିହତ କରିବା ପାଇଁ ବିଜେପି ଏଭଳି ଯୋଜନା କରୁଥିବା ଆଲୋଚନା ହେଉଛି। କର୍ଣ୍ଣାଟକ ନିର୍ବାଚନ ଏବେ ବିଜେପି ପାଇଁ ଏକ ପ୍ରମୁଖ ଚ୍ୟାଲେଞ୍ଜ ହୋଇଥିବା କୁହାଯାଉଛି।

ବିଭିନ୍ନ ରଣନୀତିକୁ ନେଇ ଦଳ ପରୀକ୍ଷାନିରୀକ୍ଷା କରୁଥିବା ଦେଖାଯାଇଛି। ରାହୁଲଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଓ ସଦସ୍ୟ ପଦ ରଦ୍ଦ ପରେ ତାଙ୍କର ଯେଉଁ ଲୋକପ୍ରିୟତା ସୃଷ୍ଟି ହୋଇଛି ତାକୁ ନେଇ ବିଜେପି ଚିନ୍ତିତ ବୋଲି କୁହାଯାଉଛି। ତେଣୁ ରାହୁଲଙ୍କୁ ପ୍ରତିହତ କରିବାକୁ ଦଳ ପକ୍ଷରୁ ଅଭିନେତାଙ୍କୁ ବ୍ୟବହାର କରିବାକୁ ଯୋଜନା କରାଯାଉଥିବା ଆଲୋଚନା ହେଉଛି।

କର୍ଣ୍ଣାଟକ ନିର୍ବାଚନରେ କନ୍ନଡ଼ ଅଭିନେତା କିଚା ସୁଦୀପ ବିଜେପି ପାଇଁ ପ୍ରଚାର କରିବେ ବୋଲି କହିବା ପରେ ରାଜନୀତି ଜୋର ଧରିଛି। ସୁଦୀପ ନିର୍ବାଚନ ଲଢ଼ିବେ ନାହିଁ ବରଂ ବିଜେପି ଓ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମାଇଙ୍କୁ ସମର୍ଥନ କରିବେ ବୋଲି କହିଛନ୍ତି।

ବିଜେପି ଇଡି ଓ ଆଇଟି ରେଡ଼ର ଭୟ ଦେଖାଇ ଚାପ ସୃଷ୍ଟି କରି ସିନେ ଅଭିନେତାଙ୍କୁ ଦଳରେ ମିଶିବା ସହ ଦଳ ପାଇଁ ପ୍ରଚାର କରିବାକୁ ବାଧ୍ୟ କରୁଛି ବୋଲି ଅଭିଯୋଗ କରିଛି କଂଗ୍ରେସ।

ଗୋଟିଏ ପଟେ ରାହୁଲଙ୍କ ସପକ୍ଷରେ ହାୱା ବହୁଥିବା କୁହାଯାଉଥିବା ବେଳେ କର୍ଣ୍ଣାଟକରେ କଂଗ୍ରେସ ଅତ୍ୟନ୍ତ ଦୃଢ଼ ମନୋବଳ ନେଇ ଲଢ଼େଇକୁ ଓଲ୍ହାଉଛି। ରାହୁଲଙ୍କୁ ଲୋକଙ୍କ ସମର୍ଥନ ଦଳକୁ ଆହୁରି ବଳ ଦେଉଥିବା କୁହାଯାଉଛି।

ଏପରିକି ଏଭଳି ବାତାବରଣ ପାଇଁ ବହୁ ବିଜେପି ନେତା କଂଗ୍ରେସରେ ମିଶୁଛନ୍ତି। ସେପଟେ କର୍ଣ୍ଣାଟକ ବିଜେପିରେ ମଧ୍ୟ ବିଭିନ୍ନ ସ୍ଥାନରେ ବିଦ୍ରୋହୀଙ୍କୁ ଦେଖିବାକୁ ମିଳୁଛି। ତେଣୁ ଏଭଳି ସ୍ଥିତିରେ ଦଳ ବିଦ୍ରୋହୀ ଓ ରାହୁଲଙ୍କୁ ସମ୍ମୁଖୀନ ହେବାକୁ ଅଭିନେତାଙ୍କୁ ବ୍ୟବହାର କରିବା ସହ ଭିନ୍ନ ଭିନ୍ନ ରଣନୀତି ଆପଣାଉଥିବା କୁହାଯାଉଛି।

Leave A Reply

Your email address will not be published.