Latest Odisha News

BREAKING NEWS

ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ, ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେପି

ଭୁବନେଶ୍ୱର: ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ଦଳ ସେତେ ଜୋର ଅଣ୍ଟା ଭିଡୁଛନ୍ତି। ରାଜ୍ୟରେ ନିର୍ବାଚନ ଆଚରଣ ବିଧିର ଧଜିଆ ଉଡାଉଛି ବିଜେଡି। ଏପରି ଅଭିଯୋଗ ଆଣିଛି ବିଜେପି। ବ୍ରହ୍ମପୁର ବିଜେଡି ଲୋକସଭା ପ୍ରାର୍ଥୀଙ୍କ ପାଇଁ ଆଶା ଓ ଅଙ୍ଗନୱାଡି କର୍ମୀଙ୍କୁ ପ୍ରଚାର କରିବା ପାଇଁ ବାଧ୍ୟ କରୁଛି ବିଜେଡି । ଚାନ୍ଦବାଲିର ଜଣେ ବିଏଲଏଫ ଶଙ୍ଖ ଚିହ୍ନ ଧରି ବିଜେଡି ପାଇଁ ପ୍ରଚାର କରୁଛି ଯାହା ଆଦର୍ଶ ଆଚରଣ ବିଧି ଉଲଘଂନ କରୁଛି। ମୁଖ୍ୟ ନିର୍ବାଚନ ଅଧିକାରୀ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନନେଲେ ଆଗାମୀ ଦିନରେ ସିଇଓ ଅଫିସ ଆଗରେ ଧାରଣା ଦେବ ବିଜେପି।

ସ୍ୱୟଂ ସହାୟକ ଗୋଷ୍ଠୀ ଓ ଅଙ୍ଗନୱାଡି ମା’ମାନଙ୍କୁ ଢାଲ କରି ୨୦୨୪ ସାଧାରଣ ନିର୍ବାଚନ ବୈତରଣୀ ପାରହେବା ଲାଗି ବିଜୁ ଜନତା ଦଳ ହୀନ ଚକ୍ରାନ୍ତ କରୁଛି । ମା’ମାନଙ୍କୁ ସମ୍ମାନ ଦେବା ପରିବର୍ତେ ତାଙ୍କୁ ନିର୍ବାଚନ ପ୍ରଚାରରେ ବିନିଯୋଗ କରି ଭୋଟରଙ୍କୁ ଟଙ୍କା ବାଂଟିବା କାର୍ଯ୍ୟରେ ବ୍ୟବହାର କରୁଛି ବିଜେଡି । ଆଜି ବି ରାଜ୍ୟରେ ମହିଳାମାନେ ଅସୁରକ୍ଷିତ । ନିର୍ବାଚନ ଜିତିବା ଲାଗି ପ୍ରଶାସନିକ ଅଧିକାରୀ ଓ ମିଶନଶକ୍ତିର ସିଆର୍‌ପି, ଏମ୍‌ବିକେମାନଙ୍କୁ ନିର୍ବାଚନ ପ୍ରଚାରରେ ଲଗାଇ ଆଦର୍ଶ ଆଚରଣ ବିଧିର ଖୋଲା ଖୋଲି ଉଲଘଂନ କରୁଛି ବିଜେଡି ।

ପୂର୍ବରୁ ଆଚରଣ ବିଧି ଉଲଘଂନ ସମ୍ପର୍କରେ ତଥ୍ୟ ପ୍ରମାଣ ସହ ବାରମ୍ବାର ଭାରତୀୟ ଜନତା ପାର୍ଟି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରି ଆସୁଥିଲେ ମଧ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି ସିଇଓ । ଆଶାକର୍ମୀ ଓ ଆଶାକର୍ମୀ ମହାସଂଘର ସମ୍ପାଦକ ବବିତା ରାଉତ, କେତେକ ଅଙ୍ଗନୱାଡି କର୍ମୀମାନେ ଗଞ୍ଜାମ ଜିଲ୍ଲାରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ଯାହାର ଫଟୋ ଓ ଭିଡିଓ ଆଜି ତଥ୍ୟ ପ୍ରମାଣ ସହ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରିଙ୍କୁ ଦେଇଛୁ । ସେହିପରି ଚାନ୍ଦବାଲିର ଜଣେ ବିଏଲଏଫର ସଭାପତି ସିଧାସଳଖ ଭାବେ ଶଙ୍ଖ ଚିହ୍ନ ଧରି ପ୍ରଚାର କରୁଥିବାର ଫଟୋ ନେଇ ଆଜି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ରଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରିଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ।

ନିର୍ବାଚନ ଆଚରଣ ବିଧି ଲାଗୁହେବା ପରେ ରାଜ୍ୟ ସରକାର ଆଦିବାସୀ ବିକାଶ ବିଭାଗକୁ ୫୨୮କୋଟି ଟଙ୍କା ଦେଇଛନ୍ତି। ଯାହା ଗୋଟିଏ ଏନଜିଓକୁ ମଞ୍ଜୁର କରିଛନ୍ତି। ଏପରି କରିବା ଆଇନ ବିରୋଧୀ । ଏହି ଏନଜିଓକୁ ନିର୍ବାଚନ ଆଚରଣ ବିଧି ଲାଗୁ ସମୟରେ କିଭଳି ଭାବେ ଏତେ ଗୁଡିଏ ଟଙ୍କା ମଞ୍ଜୁର କରାଗଲା ତାହା ଆଶ୍ଚର୍ଯ୍ୟର ବିଷୟ । ଏହି ଟଙ୍କାକୁ ନେଇ ଏନଜିଓ ସଂସ୍ଥା ପରବର୍ତ୍ତୀ ସମୟରେ ଶାସକ ବିଜୁ ଜନତା ଦଳ ପାଇଁ ନିର୍ବାଚନ ଜିତିବାରେ ସାହାଯ୍ୟ କରିବ ବୋଲି ବିଜେପି ଦାବି କରିଛି।

ତେଣୁ ଏହି ଏନଜିଓ ସଂସ୍ଥାକୁ ମଞ୍ଜୁର ହୋଇଥିବା ଟଙ୍କା ଉପରେ ରୋକ ଲଗାଇ ମଞ୍ଜୁର କରିଥିବା ଅଫିସରଙ୍କ ବିରୋଧରେ ୧୨୩ ଜନପ୍ରତିନିଧି ଧାରା ୧୯୫୧ଅନୁଯାୟୀ ନିର୍ବାଚନ ଆଚରଣ ବିଧି ଉଲ୍ଲଘଯଂନରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଗୋଲକ ମହାପାତ୍ର ଦାବି କରିଛନ୍ତି ।

Leave A Reply

Your email address will not be published.