Latest Odisha News

BREAKING NEWS

ଚଳିତ ଆଇପିଏଲରେ ନିରାଶ କରୁଛନ୍ତି ଭାରତର ଏହି ୫ ଖେଳାଳି

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଭାରତର କେତେକ ଖେଳାଳିଙ୍କ ପ୍ରଦର୍ଶନ ପ୍ରଶଂସକ ଓ ଟିମ ମ୍ୟାନେଜମେଂଟକୁ ଚିନ୍ତାରେ ପକାଇଛି । ଟି୨୦ ବିଶ୍ୱକପ ଦଳରେ ଏହି ଖେଳାଳିଙ୍କୁ ସୁଯୋଗ ମିଳିବା ଆଶା କ୍ଷୀଣ ହୋଇଛି । ଆମେରିକା ଓ ୱେଷ୍ଟଇଣ୍ଡିଜରେ ଏଥର ବିଶ୍ୱକପ ଆୟୋଜିତ ହେବ । ଚୟନ କମିଟି ଚୂଡାନ୍ତ ଦଳ ଚୟନ ନେଇ ସମ୍ପୂର୍ଣ୍ଣ ଭାବେ ଆଇପିଏଲ ପ୍ରଦର୍ଶନ ଉପରେ ନଜର ରଖିଛି । ଲକ୍ଷ୍ନୌ ସୁପର ଜ୍ୟାଂଟସର ଅଧିନାୟକ କେଏଲ ରାହୁଲ ବିଶ୍ୱକପ ଟିମରୁ ବାଦ ପଡି ପାରନ୍ତି । ସେ ରନ ଏବଂ ଷ୍ଟ୍ରାଇକ ରେଟ ନେଇ ସଂଘର୍ଷ କରୁଛନ୍ତି । ସେହିପରି କୋଲକାତା ନାଇଟ ରାଇଡର୍ସର ଅଧିନାୟକ ଶ୍ରେୟାଶ ଆୟାର ମଧ୍ୟ ନିରାଶ କରୁଛନ୍ତି ।

ବିସିସିଆଇ କେନ୍ଦ୍ରୀୟ ଚୁକ୍ତିରେ ତାଙ୍କୁ ସ୍ଥାନ ମିଳି ନ ଥିବାରୁ ସେ ଟି୨୦ ବିଶ୍ୱକପ ଟିମରୁ ପ୍ରାୟତଃ ବାଦ ପଡି ସାରିଛନ୍ତି କହିଲେ ଭୁଲ ହେବନି । ଦିଲ୍ଲୀ କ୍ୟାପିଟାଲ୍ସର ଅଲରାଉଣ୍ଡର ଅକ୍ଷର ପଟେଲ, ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟ୍ସମ୍ୟାନ ଈଶାନ କିଶାନ ଓ ପଞ୍ଜାବର ଜିତେଶ ଶର୍ମାଙ୍କ ପ୍ରଦର୍ଶନ ଖରାପ ଥିବାରୁ ସେମାନଙ୍କୁ ଏହି ମହା ମୁକାବିଲା ପାଇଁ ସୁଯୋଗ ମିିଳି ନ ପାରେ ।

Leave A Reply

Your email address will not be published.