Latest Odisha News

BREAKING NEWS

ଆଜି ଆସ୍ଥା ଭୋଟ ଲୋଡ଼ିବେ ମୁଖ୍ୟମନ୍ତ୍ରୀ ସିନ୍ଦେ

ମହାରାଷ୍ଟ୍ର  ବିଧାନସଭାରେ ଆଜି ଆସ୍ଥା ଭୋଟ ଲୋଡିବେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ଆଜିର ସଂଖ୍ୟା ଗରିଷ୍ଠତା ପ୍ରମାଣକୁ  ଉଦ୍ଧବ ଗୋଷ୍ଠୀ ଏବଂ ସିନ୍ଦେ ଗୋଷ୍ଠୀଙ୍କ ମଧ୍ୟରେ ବଡ଼ ଲଢ଼େଇ ଭାବେ ବିବେଚନା କରାଯାଉଛି। ତେଣୁ ଫ୍ଲୋର ଟେଷ୍ଟ୍‌ ଉପରେ ସମସ୍ତଙ୍କ ନଜର ରହିଛି। ଫ୍ଲୋର ଟେଷ୍ଟ ପରେ ହିଁ ଦୁଇ ସପ୍ତାହ ହେଲା ଚାଲିଥିବା ରାଜନୈତିକ ଅସ୍ଥିରତାର ସମାପ୍ତି ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ସିନ୍ଦେ । ଆସ୍ଥା ଭୋଟ ପୂର୍ବରୁ ସେ ସବୁ ବିଧାୟକଙ୍କ ସହ ବୈଠକ କରି ଆଲୋଚନା କରିଛନ୍ତି । ଆଗକୁ କଣ ରଣନୀତି ହେବ ତାହା ଉପରେ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।

ମହାରାଷ୍ଟ୍ର ବିଧାନସଭାବେ ମୋଟ ବିଧାୟକଙ୍କ ସଂଖ୍ୟା ୨୮୮। ସଂଖ୍ୟା ଗରିଷ୍ଠତା ପାଇଁ 245 ବିଧାୟକଙ୍କ ସମର୍ଥନ ଆବଶ୍ୟକ । ତେବେ ଦେଖିବାକୁ ଗଲେ ଗତକାଲି ବାଚସ୍ପତି ନିର୍ବାଚନରେ ବିଜେପି-ସିନ୍ଦେ ଗୋଷ୍ଠୀଙ୍କ ପ୍ରାର୍ଥୀ ରାହୁଲ ନାର୍ବେକର ୧୬୪ଟି ଭୋଟ୍ ପାଇଛନ୍ତି। ମହାବିକାଶ ଅଘାଡ଼ି (ଏମ୍‌ଭିଏ) ମେଣ୍ଟର ବାଚସ୍ପତି ପ୍ରାର୍ଥୀ ଭାବେ ଶିବସେନାର ରାଜନ ସାଲଭି ଙ୍କୁ ୧୦୭ଟି ଭୋଟ୍ ମିଳିଛି।

ଆଜି ଏଭଳି ଭୋଟ ମିଳିଲେ ସରକାର ଆସ୍ଥା ଭୋଟରେ ବିଜୟୀ ହେବା ନିଶ୍ଚିତ। ତେବେ  ଶିବସେନାର ଏକନାଥ ସିନ୍ଦେଙ୍କ ସମେତ ବିଦ୍ରୋହୀ ଗୋଷ୍ଠୀର ୧୬ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଉଦ୍ଧବଙ୍କ ଗୋଷ୍ଠୀ ପକ୍ଷରୁ ସୁପ୍ରମ କୋର୍ଟରେ ମାମଲା ହୋଇଛି। ଯଦି ସୁପ୍ରିମ କୋର୍ଟ ଏହି ୧୬ ଜଣଙ୍କୁ ଅଯୋଗ୍ୟ ଘୋଷଣା କରନ୍ତି ତାହେଲେ ବିଧାନସଭାର ମୋଟ ସଭ୍ୟ ସଂଖ୍ୟା ୨୭୨କୁ କମିଯିବ। ଏ କ୍ଷେତ୍ରରେ ଆସ୍ଥା ଭୋଟରେ ଜିତିବା ପାଇଁ ସରକାରଙ୍କୁ ୧୩୭ ଜଣ ବିଧାୟକଙ୍କ ଭୋଟ ଆବଶ୍ୟକ। ସେହି ସଂଖ୍ୟା ଆଧାରରେ ମଧ୍ୟ ସିନ୍ଦେ ସରକାର ଆସ୍ଥା ଭୋଟରେ ବିଜୟୀ ହେବ ।

ଗତକାଲି ନବନିଯୁକ୍ତ ବାଚସ୍ପତି କିଛି ନୂଆ ନିଷ୍ପତ୍ତି ନେଇଛନ୍ତି । ବିଧାୟକ ‌ଦଳ ନେତା ପଦରୁ ଶିବସେନା ବିଧାୟକ ଅଜୟ ଚୌଧାରୀଙ୍କୁ ବାଚସ୍ପତି ବିଦା କରିଛନ୍ତି। ବାଚସ୍ପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ଏକ ନିର୍ଦେଶ ଚିଠି ଜାରି କରାଯାଇଛି। ଏଥିସହିତ ସିନ୍ଦେଙ୍କୁ ବିଧାୟକ ଦଳ ‌ନେତାଭାବେ ପୁନଃଅବସ୍ଥାପିତ କରାଯାଇଛି। ସେହିଭଳି ସ‌ିନ୍ଦେ ଗୋଷ୍ଠୀ ପକ୍ଷରୁ ଭରତ ଗୋଗୱାଲେଙ୍କୁ ମୁଖ୍ୟ ସଚେତକ ଭାବେ ସ୍ବୀକୃତି ଦିଆଯାଇଛି। ପୂର୍ବରୁ ଏହି ପଦରେ ରହିଥିବା ଉଦ୍ଧବ ଠାକ୍‌ରେଙ୍କ ଗୋଷ୍ଠୀର ବିଧାୟକ ସୁନୀଲ ପ୍ରଭୁଙ୍କୁ ହଟାଇ ଦିଆଯାଇଛି।

ଏହା ଫଳରେ ଆଜି ସିନ୍ଦେ ଗୋଷ୍ଠୀଙ୍କ ମୁଖ୍ୟ ସଚେତକ ଯେଉଁ ହୁଇପ୍ ଜାରି କରିବେ ତାହାକୁ ଉଦ୍ଧବଙ୍କ ପକ୍ଷରେ ଥିବା  ୧୬ ବିଧାୟକ ସୋମବାର ଆସ୍ଥା ଭୋଟ ପୂର୍ବରୁ ଭରତଙ୍କ ପକ୍ଷରୁ ଜାରି ହେବାକୁ ଥିବା ହ୍ବିପ୍ ମାନିବାକୁ ବାଧ୍ୟହେବେ। ଯଦି ଏହି ୧୬ ବିଧାୟକ ହ୍ବିପକୁ ନମାନନ୍ତି ତା’ହେଲେ ସେମାନେ ଅଯୋଗ୍ୟ ହୋଇପାରନ୍ତି।

Comments are closed.