ନୂଆଦିଲ୍ଲୀ: ଜିମ୍ବାୱେ ବିପକ୍ଷ ଦିନିକିଆ କ୍ରିକେଟ ସିରିଜରେ ୱାଶିଂଟନ ସୁନ୍ଦରଙ୍କ ସ୍ଥାନରେ ଅଲରାଉଣ୍ଡର ଶାହବାଜ ଅହମ୍ମଦଙ୍କୁ ଚୂଡାନ୍ତ ଦଳରେ ସାମିଲ କରାଯାଇଛି । ଆଘାତ ସମସ୍ୟା ଯୋଗୁ ୱାଶିଂଟନ ଦଳରୁ ଓହରି ଯାଇଛନ୍ତି । ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଶାହାବାଜ ଚମତ୍କାର ପ୍ରଦର୍ଶନ କରି ଚୟନ କମିଟିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଭାରତ ଓ ଜିମ୍ବାୱେ ମଧ୍ୟରେ ଅଗଷ୍ଟ ୧୮, ୨୦ ଓ ୨୨ରେ ୩ଟି ଦିନିକିଆ ମ୍ୟାଚ ଖେଳାଯିବ । କେଏଲ ରାହୁଲଙ୍କୁ ଅଧିନାୟକ ଏବଂ ଶିଖର ଧାୱନଙ୍କୁ ଉପ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି । କ୍ରମାଗତ ଆଘାତ ସମସ୍ୟା ଯୋଗୁ ସୁନ୍ଦର ଆନ୍ତର୍ଜାତୀୟ ମ୍ୟାଚ ଖେଳିବା ସୁଯୋଗ ବାରମ୍ବାର ହାତଛଡା କରୁଛନ୍ତି । ଇଂଲଣ୍ଡରେ କାଂଉଟି ମ୍ୟାଚ ଖେଳିଥିବା ବେଳେ ସୁନ୍ଦର ଆଘାତପ୍ରାପ୍ତ ହୋଇଥିଲେ ।
ଭାରତୀୟ ଦଳ: କେଏଲ ରାହୁଲ (ଅଧିନାୟକ), ଶିଖର ଧାୱନ (ଉପ ଅଧିନାୟକ), ରିତୁରାଜ ଗାଏକ୍ୱାଡ, ଶୁଭମନ ଗିଲ, ଦୀପକ ହୁଦା, ରାହୁଲ ତ୍ରିପାଠୀ, ଈଶାନ କିଶାନ, ସଞ୍ଜୁ ସାମସନ, ଶାର୍ଦ୍ଦୁଳ ଠାକୁର, କୁଲଦୀପ ଯାଦବ, ଅକ୍ଷର ପଟେଲ, ଆୱେଶ ଖାଁ, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ, ଦୀପକ ଚହର ଓ ଶାହବାଜ ଅହମ୍ମଦ ।
BREAKING NEWS
- ପେଟ୍ରୋଲ ୫ ଓ ଡିଜେଲ ମୂଲ୍ୟରେ ୩ ଟଙ୍କା ବୃଦ୍ଧି କଲା ଏହି କମ୍ପାନୀ…
- ସଲମାନଙ୍କ ‘ମାତୃଭୂମି’କୁ ଗ୍ରୀନ ସିଗନାଲ୍, ଦୀୱାଲି ପରେ ରିଲିଜ୍ ପ୍ଲାନ୍
- ନନ୍ଦନକାନନରେ ସାମିଲ ୩୬ ନୂଆ ପ୍ରଜାତିର ପଶୁପକ୍ଷୀ
- ୧୦ ବର୍ଷ ବୟସରେ ମା’ଙ୍କୁ ହରାଇଲେ, ବର୍ଷକ ପରେ ପିତାଙ୍କୁ:ଏବେ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ଜିତି ରଚିଲେ ଇତିହାସ
- ଖୁଦୁରୁକୁଣୀ ଭସାଣି ବେଳେ ଏସ୍ଆଇଙ୍କୁ ଆକ୍ରମଣ;ଡିଜେ ବଜାଇବାକୁ ନେଇ…
- ଫ୍ଲାଇଦୁବାଇ କୋ-ପାଇଲଟଙ୍କ ଆକ୍ରମଣ ଘଟଣାରେ କଣ କହିଲା ୟୁଏଇ?
- Odisha Travel Bazaar Inauguration ଓଡିଶା ହେଉ ପର୍ଯ୍ୟଟକଙ୍କ ସ୍ୱର୍ଗ: ମୁଖ୍ୟମନ୍ତ୍ରୀ
- କାର୍ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ମାମଲା ରୁଜୁ
- ପୁରୀରେ ନିର୍ମାଣ ହେବ ନୂଆ ପତିତପାବନ ଭକ୍ତ ନିବାସ, ସେବାୟତ ଓ ତୀର୍ଥଯାତ୍ରୀଙ୍କୁ ମିଳିବ ଅଧିକ ସୁବିଧା
- ସୁବର୍ଣ୍ଣରେଖାରେ ଭାସିଗଲେ ପର୍ଯ୍ୟଟକ, ଉତ୍ତରପ୍ରଦେଶରୁ ଆସିଥିଲେ…

Comments are closed.