Latest Odisha News

ଆପଣଙ୍କ ତଥ୍ୟ ଚୋରି କରିପାରେ ଏଆଇ ୱର୍ମ, ଜାଣନ୍ତୁ କିପରି

ନୂଆଦିଲ୍ଲୀ; ଦ୍ରୁତ ଗତିରେ ବିସ୍ତାର କରୁଛି ଡିଜିଟାଲ୍ ଦୁନିଆ । ଏବଂ ଏହି ଅଭିବୃଦ୍ଧିର ସବୁଠାରୁ ଆଗରେ ରହିଛି କୃତ୍ରିମ ବୁଦ୍ଧିମତା (AI) ଦ୍ୱାରା ଚାଲୁଥିବା ଚାଟବଟ୍ – ଚାଟ୍ ଜିପିଟି, ଜେମିନି, କୋପିଲଟ୍ ଇତ୍ୟାଦି | ଆମେ ସବୁକ୍ଷେତ୍ରରେ AI ପ୍ଲାଟଫର୍ମ ଦ୍ୱାରା ଆବଦ୍ଧ ଯାହା ଆମର ଅଧିକାଂଶ ସମସ୍ୟାର ସମାଧାନ କରିଥାଏ । ଶିକ୍ଷାଠାରୁ ଆରମ୍ଭ କରି ମନୋରଞ୍ଜନ ପର୍ଯ୍ୟନ୍ତ ଆମେ ଏବେ ସବୁ କ୍ଷେତ୍ରରେ ଏହାର ବ୍ୟବହାର କରୁଛୁ ।

ରିପୋର୍ଟ ଅନୁଯାୟୀ, କର୍ଣ୍ଣେଲ ବିଶ୍ୱବିଦ୍ୟାଳୟ, ଟେକ୍ନିଅନ୍-ଇସ୍ରାଏଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଏବଂ ଇଣ୍ଟୁଇଟ୍ ର ଅନୁସନ୍ଧାନକାରୀମାନେ ‘ମୋରିସ୍ ୨’ ନାମକ ଏକ ନୂତନ ବିପଜ୍ଜନକ ପ୍ରୋଗ୍ରାମ ସୃଷ୍ଟି କରିଛନ୍ତି। ସେ ଏହାକୁ ପ୍ରଥମ ‘ଜେନେରେଟିଭ୍ AI ୱର୍ମ’ ବୋଲି କହୁଛନ୍ତି । ଏହା ଖୁବ ସହଜରେ ଆପଣଙ୍କ ତଥ୍ୟ ଚୋରି କରିପାରେ ଏବଂ ଅଟୋମେଟିକ ଗୋଟିଏ ଡିଭାଇସରୁ ଅନ୍ୟ ଡିଭାଇସକୁ ଚାଲିଯାଇପାରେ ।

୧୯୮୮ରେ ଇଣ୍ଟରନେଟରେ ଅଣାଯାଇଥିବା ପ୍ରଥମ ୱର୍ମ ନାମରେ ହିଁ ଏହି ନୂତନ ୱର୍ମର ନାମ ‘ମରିସ ୨’ ରଖାଯାଇଛି | ଏହା ChatGPT ଏବଂ ଜେମିନି ପରି AI ମଡେଲଗୁଡିକରେ ନଥିବା ସୁରକ୍ଷାର ଲାଭ ଉଠାଇପାରିବ । କର୍ଣ୍ଣେଲ ଟେକ୍ ଗବେଷକ ବେନ୍ ନାସି ସ୍ପଷ୍ଟ କରିଛନ୍ତି ଯେ ‘ଏହାର ଅର୍ଥ ହେଉଛି ବର୍ତ୍ତମାନ ଆମେ ଏକ ନୂତନ ପ୍ରକାରର ସାଇବର ଆକ୍ରମଣ କରିପାରିବା, ଯାହା ପୂର୍ବରୁ କେବେ ଦେଖାଯାଇ ନଥିଲା।’

ଆପଣ ଏହି ମରିସ୍ ୨ କୁ ଏକ ଚତୁର କମ୍ପ୍ୟୁଟର ୱର୍ମ ଭାବରେ ଭାବିପାରିବେ । ଏହାର କାମ ହେଉଛି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ବ୍ୟବହାର କରୁଥିବା ଇମେଲ୍ ସହାୟକମାନଙ୍କୁ ହଇରାଣ କରିବା | ପ୍ରଥମେ, ମୋରିସ୍ ୨ “ଏଡବରସାରିୟଲ ସେଲ୍ଫ-ରେପ୍ଲିକେଶନ ” ନାମକ ଏକ ଠକେଇ କୌଶଳର ବ୍ୟବହାର କରିଥାଏ । ଏହା ଇମେଲ ସିଷ୍ଟମକୁ ବାରମ୍ବାର ବାର୍ତ୍ତା ପଠାଇ ତାକୁ ସେପଟେ ବ୍ୟସ୍ତ କରିଥାଏ । ଏହା ଇମେଲ ସହାୟକ ପଛରେ ଥିବା AI ମଡେଲଗୁଡିକୁ ଦ୍ୱନ୍ଦ୍ୱରେ ପକାଇଥାଏ | ସେମାନେ ଭୁଲରେ ଡାଟାକୁ ଆକ୍ସେସ କରିଦେଥାଆନ୍ତି ଏବଂ ଏହାକୁ ପରିବର୍ତ୍ତନ କରିଦିଅନ୍ତି । ଏହାଦ୍ଵାରା ହୁଏତ କୌଣସି ତଥ୍ୟ ଚୋରି ହୋଇପାରେ କିମ୍ବା କୌଣସି କ୍ଷତିକାରକ ଜିନିଷ ବିସ୍ତାର କରିପାରେ ।

 

Leave A Reply

Your email address will not be published.