Latest Odisha News

BREAKING NEWS

ବିଜୟଙ୍କ ପାଇଁ ଫାଳଫାଳ AIADMK, ମିଶିବେ ବହୁ ବିଧାୟକ!

ନୂଆଦିଲ୍ଲୀ: ଥାଲାପତି ବିଜୟଙ୍କ ଦଳ ଟିଭିକେ ତାମିଲନାଡୁରେ ସବୁଠାରୁ ବଡ଼ ଦଳ ଭାବରେ ଉଭା ହୋଇଛି। ଟିଭିକେ ୨୩୪ ବିଧାନସଭା ଆସନରୁ ୧୦୮ ଆସନ ଜିତିଛି। ସରକାର ଗଠନ ପାଇଁ ସେମାନଙ୍କୁ ୧୦ ବିଧାୟକଙ୍କ ଆବଶ୍ୟକତା ରହିଛି। କଂଗ୍ରେସ ଦଳ ସମର୍ଥନ ପ୍ରକାଶ କରିଛି। ଏହି ସମୟରେ ରିପୋର୍ଟ ଆସୁଛି ଯେ ଏଆଇଏଡିଏମକେର ଏକ ଗୋଷ୍ଠୀ ବିଜୟଙ୍କ ସହିତ ମେଣ୍ଟ ପାଇଁ ଆଲୋଚନା କରୁଛି।

ରାଜ୍ୟସଭା ସାଂସଦ ସିଭି ଶାନମୁଗମଙ୍କ ନେତୃତ୍ୱରେ ଏଆଇଏଡିଏମକେର ଏକ ଗୋଷ୍ଠୀ ବିଜୟଙ୍କ ଦଳ ତାମିଲନାଡୁ ଭେଟ୍ରି କାଝାଗମ (ଟିଭିକେ)କୁ ସମର୍ଥନ କରିବା ପାଇଁ ବିଧାୟକମାନଙ୍କ ମଧ୍ୟରେ ସମର୍ଥନ ସଂଗ୍ରହ କରୁଛି। ଦଳ ଭିତରୁ ଏପରି ସୂଚନା ମିଳୁଛି ଯେ କିଛି ଗୋଷ୍ଠୀ ଟିଭିକେ ନେତୃତ୍ୱାଧୀନ ସରକାରଙ୍କୁ ସମର୍ଥନ କରିବା ପାଇଁ ଚିନ୍ତା କରୁଛନ୍ତି।

Leave A Reply

Your email address will not be published.