ନୂଆଦିଲ୍ଲୀ: ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫଏଫ) ଶନିବାର ଏକ ଐତିହାସିକ ପଦକ୍ଷେପ ନେଇଛି । ଆଇଫା ଏହାର ନାମ ଫୁଟବଲ ଫେଡେରେଶନ ଅଫ ଭାରତ(ଏଫଏଫବି) ରଖିବା ପାଇଁ ନିଷ୍ପତି ନେଇଛୁ । ଆଇଫା ଏଥିପାଇଁ ଖେଳ ମନ୍ତ୍ରଣାଳୟ ସହ ସମ୍ପର୍କ କରିବା ପାଇଁ ବିଚାର କରିଛି । ବୈଠକରେ ସମସ୍ତ ସଦସ୍ୟ ଏହାକୁ ସର୍ବସମ୍ମତି କ୍ରମେ ନୂତନ ନାମ ନେଇ ସହମତ ହୋଇଥିଲେ । ଆଇଫା ଅଧ୍ୟକ୍ଷ କଲ୍ୟାଣ ଚୌବେ କ୍ରୀଡା ମନ୍ତ୍ରୀ ପକ୍ଷରୁ ସବୁଜ ସଙ୍କେତ ମିଳିବା ସୂଚନା ଦେଇଛନ୍ତି । ରାଷ୍ଟ୍ରୀୟ ମହାସଂଘକୁ ଏଥିପାଇଁ ଫିଫାର ଅନୁମତିକୁ ଅପେକ୍ଷା କରିିଛି ।
ଫିଫାଠାରୁ ଆରମ୍ଭ କରି ଅନେକ ମନ୍ତ୍ରଣାଳୟର ମଂଜୁରୀର ଆବଶ୍ୟକତା ଏଥିପାଇଁ ରହିଛି । ଏବେ ଏହା ଆରମ୍ଭ ହୋଇଛି । ତୁର୍କୀୟେ ଓ ଚେକିୟା ଫୁଟବଲ ସଂଘର ନାମ ଯଦି ବଦଳିପାରିବ ଆମର କାହିଁ ହେବନି ବୋଲି ଚୌବେ କହିଛନ୍ତି । ମେ ୨୩ ବୈଠକରେ ଆଇଫା ଏନଏସଜିଏ ନିୟମକୁ ଆପଣାଇବା ପାଇଁ ରାଜି ହୋଇଛି । ଏହି ଅବସରରେ ଆଇଫା ଆଇଏସଏଲ ୨ ବର୍ଷ ପର୍ଯ୍ୟନ୍ତ କ୍ଲବ ନେତୃତ୍ୱ ମଡେଲ ଶୈଳୀରେ ଆୟୋଜିତ ହେବ ବୋଲି ସହମତ ହୋଇଛି । ସେପ୍ଟମ୍ବର ୪ରୁ ଆଇଏସଏଲର ନୂତନ ସିଜନ ଆରମ୍ଭ ହେବ ।
