Latest Odisha News

ଭିଜିଲାନ୍ସ ହାତରେ ଅବସରପ୍ରାପ୍ତ ବରିଷ୍ଠ ଟାଇପିଷ୍ଟ୍‌

ଭୁବନେଶ୍ବର: ୩୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଅବସରପ୍ରାପ୍ତ ବରିଷ୍ଠ ଟାଇପିଷ୍ଟ୍‌  । ଇପିଏଫ୍‌ ଫାଇଲ୍‌ ସଂପର୍କିତ କାମ ପାଇଁ ୩ ହଜାର ଟଙ୍କା ଲାଞ୍ଚ ନେବା ସମୟରେ  ଧରାପଡ଼ିଲେ ।  ଓଡ଼ିଶା ଉଠା ଜଳସେଚନର ପରିଚାଳନା ନିର୍ଦ୍ଦେଶକଙ୍କ କାର୍ଯ୍ୟଳୟରୁ ଅବସରପ୍ରାପ୍ତ ବିରଷ୍ଠ ଟାଇପିଷ୍ଟ ଅମୃତ ସାହୁ ।

ଅଭିଯୋଗକାରୀଙ୍କ କହିବା ଅନୁସାରେ ତାଙ୍କର ସ୍ବର୍ଗତ ବାପାଙ୍କ ଇପିଏଫ୍‌ ଫାଇଲ୍‌ ଆଗକୁ ବଢ଼ାଇବା ପାଇଁ ଅମୃତ ସାହୁ ୩୦୦୦ ଟଙ୍କା ମାଗିଥିଲେ । ୩୦୦୦ ଟଙ୍କା ଗ୍ରହଣ କରୁଥିବା ବେଳେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ଅତର୍କିତ ଚଢ଼ଉ କରିଥିଲେ । ଭିଜିଲାନ୍ସ ବିଭାଗ ଏକ ମାମଲା ରୁଜୁ କରି ଶ୍ରୀ ସାହୁଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି।

 

Leave A Reply

Your email address will not be published.