Latest Odisha News

BREAKING NEWS

ଭୁବନେଶ୍ବର ଏମସରେ ପ୍ରତିଷ୍ଠା ହେବ ସାଟେଲାଇଟ ବ୍ରେନ ବ୍ୟାଙ୍କ

ଭୁବନେଶ୍ବର : ଭୁବନେଶ୍ବର ଏମସରେ ପ୍ରତିଷ୍ଠା ହେବ ସାଟେଲାଇଟ୍ ବ୍ରେନ ବ୍ୟାଙ୍କ । ପୂର୍ବ ଭାରତରେ ପ୍ରଥମ ଥର ଲାଗି ହେବ ଏହି ବ୍ରେନ୍ ବ୍ୟାଙ୍କ । ସ୍ନାୟୁ ବିଜ୍ଞାନ କ୍ଷେତ୍ରରେ ଅଧିକ ଗବେଷଣା ଲାଗି ଏହି ବ୍ରେନ୍ ବ୍ୟାଙ୍କ ସହାୟକ ହେବ । ଏଥିପାଇଁ ୪୭ ଲକ୍ଷ ଟଙ୍କା ମଞ୍ଜୁର କରିଛି ଆଇସିଏମଆର ।

ପାଥୋଲୋଜି ଓ ଲ୍ୟାବ ମେଡିସିନ ବିଭାଗରେ ଏହି ବ୍ରେନ୍ ବ୍ୟାଙ୍କ ପ୍ରତିଷ୍ଠା ହେବ । ଏହି ବ୍ରେନ ବ୍ୟାଙ୍କରେ ମୃତ ଲୋକଙ୍କ ମସ୍ତିଷ୍କ ନମୁନା ସଂରକ୍ଷିତ ରହିବ ଏବଂ ଅଧିକ ଗବେଷଣା କରାଯିବ । ଏହି ପ୍ରକଳ୍ପ ପ୍ରଥମ ପର୍ଯ୍ୟାୟରେ ୩ ବର୍ଷ ଲାଗି ଚାଲିବ । ଏବଂ ପରେ ବାର୍ଷିକ ଭାବେ ଏହାକୁ ବୃଦ୍ଧି କରାଯିବ । ଏହି ପ୍ରକଳ୍ପ ଲାଗି ମୁଖ୍ୟ ସଂଯୋଜକ ଭାବେ ପାଥୋଲୋଜି ବିଭାଗ ସହକାରୀ ପ୍ରଫେସର ଶୁଭେନ୍ଦୁ ପୁର୍କାଏତଙ୍କୁ ନିଯୁକ୍ତ କରାଯିବ ବୋଲି କହିଛନ୍ତି ଭୁବନେଶ୍ବର ଏମସ ନିର୍ଦ୍ଦେଶିକା ଗୀତାଞ୍ଜଳୀ ବାଟମାନାବନେ ।

Leave A Reply

Your email address will not be published.