Latest Odisha News

BREAKING NEWS

ସୁର ସାମ୍ରାଜ୍ଞୀଙ୍କୁ ଶୁଭେଚ୍ଛା

ଭୁବନେଶ୍ୱର: ମେରୀ ଆୱାଜ ହି ପେହଚାନ ହୈ.. . . .ଏହି ଆଇକନିକ୍ ଗୀତ ପାଇଁ ତାଙ୍କୁ ମିଳିଥିଲା ଅଲଗା ଏକ ପରିଚୟ । ପାଲଟିଥିଲେ ଦେଶର ସ୍ୱର । ପରିଚୟ ପାଇଁ ତାଙ୍କର ନାଁ ହିଁ ଯଥେଷ୍ଟ ।  ସେ ହେଉଛନ୍ତି ସୁର ସାମ୍ରାଜ୍ଞୀ ।  ତାଙ୍କର କଣ୍ଠର ଯାଦୁରେ ମତୁଆଲା ସଭିଏଁ । ଛୋଟ ହେଉ କି ବଡ଼ ସମସ୍ତେ କିଛି ନା କିଛି ଗୀତ ଗୁଣୁଗୁଣେଇ ଥାନ୍ତି । ଛଅ ଦଶନ୍ଧିରୁ ଅଧିକ ସମୟ ଧରି ନିଜର ସେହି ମଖମଲି ସ୍ୱରରେ ଶ୍ରୋତାଙ୍କୁ ବାନ୍ଧି ରଖିଥିଲେ । ସଭିଏ ତାଙ୍କ କଣ୍ଠର ଯାଦୁରେ ମତୁଆଲା । ଗୀତରେ ସମସ୍ତଙ୍କୁ ମତୁଆଲା କରୁଥିବା ଏହି ସାମ୍ରାଜ୍ଞୀଙ୍କ ବ୍ୟକ୍ତିତ୍ୱ ବି କିଛି ନିଆରା ।

ସେ ଆଉ କେହି ନୁହେଁ ସମସ୍ତଙ୍କର ଅତି ପ୍ରିୟ ଲତା ମଙ୍ଗେସକର । କେବଳ ଭାରତରେ ନୁହେଁ ଦେଶ ବିଦେଶରେ ବି ତାଙ୍କର ଫ୍ୟାନ୍ । ଭଏସ୍ ଅଫ୍ ଇଣ୍ଡିଆ । ବଲିଉଡରେ ସାତ ଦଶନ୍ଧିର ଦବଦବା ରଖିଛନ୍ତି  କୋକିଳ କଣ୍ଠି, ସୁର ସାମ୍ରାଜ୍ଞୀ । ଛଅ ଦଶନ୍ଧିରୁ ଅଧିକ ସମୟ ଧରି ନିଜର ମଖମଲି ସ୍ୱରରେ ଲୋକକୁ ବାନ୍ଧି ରଖିଥିଲେ । ନିଜ ସ୍ୱରରେ ସେ କେତେବେଳେ ପ୍ରେମଭାବନା ଜାଗ୍ରତ କରାନ୍ତି ତ ଆଉ କେତେବେଳେ ଆଖିରେ ଲୁହ ଭରିଦଆନ୍ତି । ବଲିଉଡର ମୋଷ୍ଟ ଭର୍ସଟାଇଲ ସିଙ୍ଗର । ଗାଇଛନ୍ତି ହଜାର ହଜାର ଗୀତ । -କଳାକାର ପରିବାରରେ ଜନ୍ମ ହୋଇଥିବାରୁ ଲତା ମଙ୍ଗେସକର ପିଲାଟି ଦିନରୁ କଳା ପ୍ରତି ଭାରି ଆଗ୍ରହୀ ଥିଲେ । ୧୯୨୯ ମସିହାରେ ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ସ୍ୱର ସାମ୍ରାଜ୍ଞୀ । ତାଙ୍କ ବାପା ପଣ୍ଡିତ ଦିନାନାଥ ମଙ୍ଗେସକର ଜଣେ ଜଣାଶୁଣା ଶାସ୍ତ୍ରୀୟ ଗାୟକ ଖେଳବୁଲା ବୟସରେ ଲତା ମଙ୍ଗେସକର ବାପାଙ୍କ ସହିତ ବସି ସଙ୍ଗୀତ ଶିଖିବା ଆରମ୍ଭ କରିଥିଲେ ।ମାତ୍ର ୫ ବର୍ଷ ବୟସରେ ସେ ପିତାଙ୍କ ସଂଗୀତ ନାଟକରେ ଅଭିନୟ କରିଥିଲେ । ଗୀତ ଗାଇବା ସହିତ ସମାନ୍ତରାଳ ଭାବେ ଲତା ମଙ୍ଗେସକରଙ୍କ ଅଭିନୟ ମଧ୍ୟ ଆରମ୍ଭ କରିଥିଲେ ୧୯୪୨ ମସିହାରେ ସଙ୍ଗୀତ ଜଗତରେ ୯ ବର୍ଷ ବୟସରେ ପାଦ ଦେଇଥିଲେ ଲତା ମଙ୍ଗେସକର । ୧୯୪୨ରୁ ୧୯୪୮ ମସିହା ମଧ୍ୟରେ ଲତା ହିନ୍ଦୀ ଓ ମରାଠୀ ସହ ୮ଟି ଭାଷାରେ କଣ୍ଠଦାନ କରିଥିଲେ । ୧୯୪୨ ମସିହାରେ ମରାଠୀ ଚଳଚ୍ଚିତ୍ରରୁ ସେ ଆରମ୍ଭ କରିଥିଲେ କ୍ୟାରିୟର ।

ତେବେ ୧୯୬୩ ମସିହାରେ ସେ ଗାଇଥିବା ଭାରତ-ଚୀନ ଯୁଦ୍ଧ ସମୟରେ ଦେଶାତ୍ମବୋଧ ଗୀତ ଏ ମେରେ ବତନ କେ ଲୋଗୋଁ ଦର୍ଶକଙ୍କ ମନକୁ ଛୁଇଁଥିଲା । ଗୀତ ପାଇଁ ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଏହାପରେ ପରେ ଲତା ମଙ୍ଗେସକର ଲଗଜା ଗଲେ, ପ୍ୟାର କା ନଗମା, ସିସା ହୋୟା ଦିଲ, ତେରେ ବିନା ଜିନ୍ଦେଗୀ ସେ କୋଇ ସିଖବା ନେହିଁ ଭଳି ଗୀତ ଗାଇ ଘରେ ଘରେ ପରିଚିତ ହୋଇଥିଲେ । କେବଳ ହିନ୍ଦୀ ନୁହେଁ ଅନ୍ୟ ଆଞ୍ଚଳିକ ଗୀତରେ କଣ୍ଠଦାନ କରି ସେ ପ୍ରସିଦ୍ଧି ଲାଭ କରିଛନ୍ତି ।

ଲତା ମଙ୍ଗେଶକର ୨୦ଟି ଭାଷାରେ ୩୦,୦୦ରୁ ଅଧିକ ଗୀତ ଗାଇଛନ୍ତି ।  ସଙ୍ଗୀତରେ ତାଙ୍କର ବଳିଷ୍ଠ ଅବଦାନ ପାଇଁ ସେ ଅନେକ ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ଲତା ମଙ୍ଗେଶକରଙ୍କ ପରି ଗାୟିକା ବିରଳ । ଭାରତ ରତ୍ନ ଲତା ମଙ୍ଗେସକର ଆଜି ଜନ୍ମଦିନ । ତାଙ୍କର ଏହି ଜନ୍ମ ଦିନରେ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା

Leave A Reply

Your email address will not be published.