Latest Odisha News

BREAKING NEWS

ଦିଲ୍ଲୀ ଏମ୍ସ ସର୍ଭର ହ୍ୟାକ କରିଥିଲା ଚୀନ

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସର ସର୍ଭରକୁ ଚୀନ ହ୍ୟାକ କରିଥିବା ଜଣାପଡିଛି । ହ୍ୟାକ ହୋଇଥିବା ୧୦୦ଟି ସର୍ଭରରୁ ୫ଟିରେ ଚୀନର କାରସାଦି ଥିବା ଜଣାପଡିଛି । ଏକ ବଡଧରଣର କ୍ଷତି ପୂର୍ବରୁ ଅଧିକାରୀମାନେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାରୁ ସବୁ କିଛି ନିୟନ୍ତ୍ରଣ ମଧ୍ୟରେ ରହିଥିଲା । ତଥାପି ଅନେକ ରୋଗୀଙ୍କ ଡାଟା ଲିକ ହୋଇଥିବା ଆଶଙ୍କା କରାଯାଉଛି । ଏହି ଡାଟା ଡାର୍କ ୱେବର ମୂଖ୍ୟ ଡୋମେନରେ ଥିବା ଆଶା କରାଯାଉଛି । ସାଇବର ବିଶେଷଜ୍ଞଙ୍କ ମତରେ ଡ୍ରାଗନଫ୍ଲାଇ ଓ ବ୍ରୋଞ୍ଜ ଷ୍ଟେରଲାଇଟ ରାନସମୱାର ଉପରେ ଏହି କାଣ୍ଡ ରଚିଥିବା ସନ୍ଦେହ କରାଯାଉଛି । ଏବେ ବି ଲକ୍ଷ ଲକ୍ଷ ଭିଭିଆଇପିଙ୍କ ଡାଟା ଲିକ ହୋଇଥିବା ଅନୁମାନ କରାଯାଉଛି ।

ସର୍ଭର ହ୍ୟାକ କରିବା ପରେ ହ୍ୟାକର୍ସମାନେ ଏମ୍ସକୁ ୨୦୦କୋଟି ଟଙ୍କା ମାଗିଥିଲେ । ତେବେ ଏହାକୁ ଦିଲ୍ଲୀ ପୋଲିସ ଖଣ୍ଡନ କରିଛି । ସର୍ଭର ଡାଉନ ରହିବା ପରେ ଏମ୍ସର ମେଡିକାଲ ସେବା ୯ ଘଂଟା ଧରି ବାଧାପ୍ରାପ୍ତ ହୋଇଥିଲା । ସାଇବର ସେଲ ପୁନର୍ବାର ଯେପରି ଏହା ହ୍ୟାକ ନ ହୁଏ ସେଥିପାଇଁ ସତର୍କ ରହିବାକୁ କୁହାଯାଇଛି ।

Leave A Reply

Your email address will not be published.