ଭୁବନେଶ୍ୱର: ଫେବ୍ରୁଆରୀ ମାସ ଅଧା ହୋଇଗଲାଣି। ଥଣ୍ଡା କମିବା ସହ ଦିନରେ ତାପ ମାତ୍ରା ବୃଦ୍ଧି ପାଉଛି। ଆଉ କିଛି ଦିନ ପରେ ଅସହ୍ୟ ଗରମ ହେବା ଆରମ୍ଭ ହେବ। ଏହି ସମୟରେ ଆପଣ ଯଦି ନୂଆ ଏୟାର କଣ୍ଡିସନର କଣିବାକୁ ଯୋଜନା କରିଛନ୍ତି, ତେବେ ବର୍ତ୍ତମାନ ବଡ଼ ସୁଯୋଗ ରହିଛି। କିଛି ଇ-କମର୍ସ ୱେବସାଇଟରେ ଏୟାର କଣ୍ଡିସନର ଉପରେ ଧମାକାଦାର ଅଫର ରହିଛି। ଆମାଜନ ଓ ଫିଲ୍ପକାର୍ଟରେ ତ ଏପରି ଅଫରରେ ମିଳିଥାଏ। ହେଲେ ଏବେ ଜିୟୋ ପ୍ଲାଟଫର୍ମ ଜିଓମାର୍ଟରେ ବମ୍ପର ଡିସକାଉଣ୍ଟ ସହ ଏୟାର କଣ୍ଡିସନର (ଏସି) ମିଳୁଛି। କିଛି ଏମିତି ଏସିର ଦାମ ରହିଛି, ଯାହା ମୂଳ ଟଙ୍କାରୁ ଅଧା କମିଯାଇଛି। ଆସନ୍ତୁ ଜାଣିବା କେଉଁ ଏସି ଉପରେ କେତେ ଅଫର ରହିଛି।
ଭୋଲ୍ଟାସ 1.5 ଟନ୍ 3 ଷ୍ଟାର ଏସି
ଏହି ଏସିର ଦାମ ହେଉଛି 64 ହଜାର 990 ଟଙ୍କା। ହେଲେ ଜିଓମାର୍ଟରେ 47 ପ୍ରତିଶତ ଡିସକାଉଣ୍ଟ ସହ 33 ହଜାର 990 ଟଙ୍କରେ ଏହି ଏସି ମିଳୁଛି। କେବଳ ଏତିକି ନୁହେଁ ଏହି ଡିସକାଉଣ୍ଟ ଉପରେ ମଧ୍ୟ ଆହୁରି ଡିସକାଉଣ୍ଟ ରହିଛି। ଏଥିରେ 10 ପ୍ରତିଶତ ବ୍ୟାଙ୍କ ଡିସକାଉଣ୍ଟ ମଧ୍ୟ ରହିଛି। ଯଦି ଆପଣ ବରଦା କାର୍ଡରେ କିଣୁଛନ୍ତି ତେବେ ଏଥିରେ ଆପଣଙ୍କୁ 2,250 ଟଙ୍କା ଯାଏ ଅଫ ମିଳିଯିବ।
ଏଲଜି 1.5 ଟନ୍ 3 ଷ୍ଟାର ଏସି LG 1.5 Ton 3 Star
ଏଲଜିର ଏହି ଦେଢ଼ ଟନ୍ ଏସିର ଦାମ ରହିଛି 78 ହଜାର 990 ଟଙ୍କା। ହେଲେ ଏବେ ଜିଓମାର୍ଟରେ 49 ପ୍ରତିଶତ ଡିସକାଉଣ୍ଟ ସହ ଏହାର ଦାମ 39 ହଜାର 990 ଟଙ୍କା ହୋଇଯାଇଛି। ଆପଣ ଅନ୍ୟ ବ୍ୟାଙ୍କର କାର୍ଡ ବ୍ୟବହାର କରି ଏହି ଏସି କ୍ରୟ କରୁଛନ୍ତି ତେବେ ଆପଣଙ୍କପ 10 ପ୍ରତିଶତ ଆହୁରି ଡିସକାଉଣ୍ଟ ମିଳିପାରିବ। ହେଲେ ଏହି କାର୍ଡ ଅଫର 21 ଫେବୃଆରୀ ଯାଏ ରହିଛି।
ବ୍ଲୁଷ୍ଟାର 1.5 ଟନ୍ 5 ଷ୍ଟାର ଏସି
ଯଦି ଆପଣ 5 ଷ୍ଟାର ରେଣ୍ଟିଂ ଥିବା ଏସି କଣିବାକୁ ଚାହୁଁଛନ୍ତି ତେବେ ଜିଓମାର୍ଟକୁ ଯାଆନ୍ତୁ । ଏଥିରେ 75 ହଜାର ଟଙ୍କାର ଦେଢ଼ ଟନ୍ ଏସି 41 ପ୍ରତିଶତ ଡିସକାଉଣ୍ଟ ସହ 43 ହଜାର 990 ଟଙ୍କାରେ ମିଳିଯିବ। ମାସକୁ 2070 ଟଙ୍କାର ଇଏମଆଇରେ ବି ଆପଣ ଏହାକୁ କିଣିପାରିବେ।
Comments are closed.