Latest Odisha News

ବିସିସିଆଇ ନୂଆ ନିୟମ ସମସ୍ତଙ୍କ ପାଇଁ, ବାଦ ପଡିଲେନି କୋଚ ଗମ୍ଭୀର

ନୂଆଦିଲ୍ଲୀ: ଟିମ ମଧ୍ୟରେ ମତଭେଦ ବଢ଼ିବା ଯୋଗୁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ କେତେକ କଠୋର ନିୟମ ଲାଗୁ କରିଛି । ଏହ ନିୟମ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରୁ ପ୍ରାୟତଃ ଲାଗୁ ହୋଇ ସାରିଛି । କୋଚ ଏବଂ ଖେଳାଳିଙ୍କ ପାଇଁ ଏହା ଲାଗୁ କରାଯାଇଛି । ଗମ୍ଭୀରଙ୍କ ସମେତ ଅନ୍ୟମାନେନିଜ ସହାୟକ ରଖୁଥିଲେ । ଏବେ ଏହା ସେମାନେ ଆଉ କରିପାରିବେ ନାହିଁ । ଯିଏ ପର୍ସନାଲ ଆସିଷ୍ଟାଂଟ ରଖିବ ତାହାର ସମସ୍ତ ଖର୍ଚ୍ଚ ସମ୍ପୃକ୍ତ ବ୍ୟକ୍ତି ବହନ କରିବ । ଭାରତୀୟ ଟିମ ଏବେ ଚାମ୍ପିୟନ୍ସ ଟ୍ରଫି ଖେଳିବା ପାଇଁ ଦୁବାଇ ଯିବେ । ବିସିସିଆଇର ନୂତନ ୧୦ ନିର୍ଦ୍ଦେଶାବଳୀ ଏଥିରେ ଲାଗୁ ହେବ ।

ପୂର୍ବରୁ ଟିମ ଇଣ୍ଡିଆର ଡ୍ରେସିଂ ରୁମ ଖବର ଲିକ ହେବାରେ ଲାଗିଥିଲା । ଏହା ଦ୍ୱାରା ଖେଳାଳିଙ୍କ ମଧ୍ୟରେ ମତଭେଦ ମଧ୍ୟ ସୃଷ୍ଟି ହୋଇଥିଲା । ଟିମ ମଧ୍ୟରେ ଏକତା ରଖିବା ପାଇଁ ବୋର୍ଡ ବାଧ୍ୟ ହୋଇ ଏହି ନିୟମାବଳୀ ଜାରୀ କରିଛି । ଟିମ ବସରେ ଏକତ୍ର ଯିବା, ଅଭ୍ୟାସ ସେଶନରେ ସମସ୍ତ ଖେଳାଳି ଉପସ୍ଥିତ ରହିବା ଓ ପରିବାର ସଦସ୍ୟଙ୍କ ନେବା ଉପରେ ମଧ୍ୟ କଟକଣା ଲଗା ଲଗାଯାଇଛି । ଅଧିନାୟକ ରୋହିତ ଶର୍ମା କିଛି ନିୟମକୁ କୋହଳ କରିବା ପାଇଁ କହିଥିଲେ ମଧ୍ୟ ବୋର୍ଡ ଏଥିପ୍ରତି ଗୁରୁତ୍ୱ ଦେଇ ନାହିଁ ।

Comments are closed.