Latest Odisha News

BREAKING NEWS

କୋଭିଡ଼ -୧୯ ପରାମର୍ଶ ପାଇଁ ଆପୋଲୋ ଓ ଏୟାରଟେଲ ସହଭାଗୀତା

ନୂଆଦିଲ୍ଲୀ: ଆପୋଲୋ ହସ୍ପିଟାଲ ଗ୍ରୁପର ଡ଼ିଜିଟାଲ ବ୍ୟବସାୟିକ ୟୁନିଟ ଆପୋଲୋ ୨୪ ଘଣ୍ଟିଆ ସହ ଭାରତୀ ଏୟାରଟେଲ ଏକ ନବସର୍ଜନା ସହଭାଗୀତା କରିଛି । ଏହାଦ୍ୱାରା ସମାଜ ରେଡ଼ିଜିଟାଲ ପ୍ରଯୁକ୍ତିର ଉତ୍ତମ ବ୍ୟବହାର ହୋଇପାରିବ । କୋଭିଡ଼-୧୯ ବିରୋଧରେ ଦେଶର ସଂଗ୍ରାମ ପ୍ରତିଏହି ପ୍ରଯୁକ୍ତି ସହାୟକ ହୋଇପାରିବ । ଦେଶବ୍ୟାପୀଏୟାରଟେଲ ନେଟୱର୍କ ଓ ଆପୋଲୋ ୨୪ ଘଣ୍ଟିଆ ଡ଼ିଜିଟାଲ ସ୍ୱାସ୍ଥ୍ୟସେବା ମଞ୍ଚ ମିଳିତ ଭାବେ ସଚେତନତା ସୃଷ୍ଟିକରି କୋଭିଡ଼-୧୯ ସଂକ୍ରମଣ ଶୃଙ୍ଖଳ ଭାଙ୍ଗିବାରେ ସଫଳ ହୋଇପାରିବେ ।

କୋଭିଡ଼-୧୯ ବିପଦ ମାତ୍ରା ପରୀକ୍ଷଣ ପାଇଁ ଆପୋଲୋ ୨୪ ଘଣ୍ଟିଆ ଏହାର ଗ୍ରାହକଙ୍କୁ ଏୟାରଟେଲ ଥ୍ୟାଙ୍କ୍‌ସ ଆପ୍‌ରେ ବିନାମୂଲ୍ୟରେ ଆତ୍ମପରୀକ୍ଷଣ ସୁବିଧା ଯୋଗାଇ ଦେଇଛି । ଏଆଇଭିତ୍ତିକ ପ୍ରଯୁକ୍ତି ଦ୍ୱାରା ଆପୋଲୋଏହି ପରୀକ୍ଷଣର ବିକାଶକରିଛି । ଜନସାଧାରଣ କେତେକ ସରଳ ପ୍ରଶ୍ନର ଉତ୍ତର ଦେଇ ଏଥିରେ ନିଜ କୋଭିଡ଼ ବିପଦ ସଂକେତ ଜାଣିପାରିବେ ।

ପ୍ରାରମ୍ଭିକ ଫଳାଫଳକୁ ଦେଖି ପରବର୍ତ୍ତୀ କିପ୍ରକାର ଉତ୍ତମ ପଦକ୍ଷେପ ଗ୍ରହଣ କରାଯାଇ ପାରିବ ସେସଂପର୍କରେ ଆପୋଲୋ ପକ୍ଷରୁ ପରାମର୍ଶ ଦିଆଯାଇଥାଏ । ଏହି ଆପ୍‌ରୁ କୋଭିଡ଼ ନନପ୍ରେସକ୍ରିପ୍ଟ ହେଲ ପଲାଇନରୁ ଫୋନ କରିଗ୍ରାହକ ଆବଶ୍ୟକ ନିରାକରଣ ପରାମର୍ଶ ନେଇ ପାରିବେ । ଆପୋଲୋ ୨୪ ଘଣ୍ଟିଆ କୋଭିଡ଼ ହେଲ୍‌ପଲାଇନରେ ବିଭିନ୍ନ ପ୍ରଶ୍ନରଉତ୍ତର ଦେଇ ସନ୍ଦେହମୋଚନ ନିମନ୍ତେ ଆପୋଲୋର ୧୦୦ ଜଣ ବିଶେଷଜ୍ଞଡ଼ାକ୍ତର ଅବସ୍ଥାପିତହୋଇଛନ୍ତି ।

ଏହାଦ୍ୱାରା ଲକ୍ଷାଧିକ ଏୟାରଟେଲ ଗ୍ରାହକ ଉପକୃତ ହୋଇପାରିବେ ।

ଆପୋଲୋ ହସ୍‌ପିଟାଲ ଗ୍ରୁପର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଶୋବନାକାମନେନୀ ଏହି ଅବସରରେ କହିଛନ୍ତି ଯେ, କୋଭିଡ଼-୧୯ ସ୍କାନ ଏଆଇଟୁଲ ଯୋଗୁଁ ଦେଶରଏୟାରଟେଲ ଗ୍ରାହକ ସ୍ୱୀକୃତ ତଥ୍ୟ ଓ ସ୍ୱାସ୍ଥ୍ୟସେବା ପାଇପାରିବେ ।ଏୟାରଟେଲସହ ଆମର ସହଭାଗୀତା ଏଦିଗରେ ସହାୟକ ହୋଇପାରିବ ବୋଲି ସେକହିଛନ୍ତି । ଭାରତୀ ଏୟାରଟେଲରଏମଡ଼ି ତଥା ସିଇଓ ( ଭାରତ ଓ ଦକ୍ଷିଣଏସିଆ) ଗୋପାଳଭିଟଲ କହିଛନ୍ତି ଯେ, ବର୍ତ୍ତମାନ ଏକ ଅସ୍ୱାଭାବିକ ସମୟ । ଏହି ସମୟରେ ଆପୋଲୋ ୨୪ ଘଣ୍ଟିଆ ସହଯୋଗରେ ଡ଼ିଜିଟାଲ ପ୍ରଯୁକ୍ତି ଦ୍ୱାରା ରାଷ୍ଟ୍ରକୁ ସହାୟତା ଯୋଗାଇ ଦିଆଯାଇପାରିବ । ଏୟାରଟେଲ ଥ୍ୟାଙ୍କ୍‌ସକୋଭିଡ଼- ୧୯ ସଂକ୍ରମଣ ନିୟନ୍ତ୍ରଣ ଦିଗରେ ସହାୟକ ହୋଇପାରିବ ବୋଲି ସେକହିଛନ୍ତି ।

Leave A Reply

Your email address will not be published.