Latest Odisha News

BREAKING NEWS

କରୋନା ପ୍ରଭାବ ; କେମିତି ରହିଛି ଟିଭି ଚ୍ୟାନେଲ୍, ଡିଜିଟାଲ୍ ନ୍ୟୁଜ୍ ୱେବ୍‌ସାଇଟ୍ ଓ ଖବର କାଗଜ ଉଦ୍ୟୋଗମାନଙ୍କର ହାଲଚାଲ ?

ଭୁବନେଶ୍ୱର: ଗଣମାଧ୍ୟମ ଉଦ୍ୟୋଗ ପାଇଁ ଅମାବାସ୍ୟାର ଗ୍ରହଣ ସାଜିଛି କରୋନାଭାଇରସ୍ । ଗଣମାଧ୍ୟମର ତିନୋଟି ସ୍ରୋତ ଟିଭି ଚ୍ୟାନେଲ୍ ଓ ଡିଜିଟାଲ୍ ନ୍ୟୁଜ୍ ୱେବ୍‌ସାଇଟ୍ ଓ ଖବର କାଗଜ/ମ୍ୟାଗାଜିନ୍ ମୁଖ୍ୟତଃ ପ୍ରସାର, ରେଟିଂ ଓ ବିଜ୍ଞାପନ ଦାତାଙ୍କ ଉପରେ ନିର୍ଭର କରିଥାନ୍ତି ।

ତେବେ କରୋନାଭାଇରସ, ସାମାଜିକ ଦୂରତ୍ୱ ଓ ଲକ୍‌-ଡାଉନ୍ ଦ୍ୱାରା ଏମାନେ କେତେଦୂର ଓ କିଭଳି ପ୍ରଭାବିତ ହୋଇଛନ୍ତି ଆସନ୍ତୁ ଜାଣିବା ।

  • ଦ କ୍ୱିଣ୍ଟ – ବିନା ଦରମାରେ ୪୫ ଜଣ କର୍ମଚାରୀଙ୍କୁ ଛୁଟି ନେବାକୁ କହିଛି । ଏଥିରେ ରିପୋର୍ଟର, କପି ଏଡିଟର୍‌, ବ୍ୟୁରୋ ଚିଫ୍ ,ପ୍ରଡକ୍ସନ୍ ଷ୍ଟାଫ୍ ଓ ଟେକ୍ନୋଲଜି ଟିମ ସାମିଲ ଅଛି । ଏପରିକି PTI, ANI ଓ IANS ଭଳି ନ୍ୟୁଜ ଏଜେନ୍ସିର ସବ୍‌ସ୍କ୍ରିପ୍ସନ୍ ବି ବନ୍ଦ କରିଛି ।
  • ଟାଇମ୍ସ ଲାଇଫ (TOI)- ଟାଇମ୍ସ ଅଫ ଇଣ୍ଡିଆର ସଣ୍ଡେ ସପ୍ଲିମେଣ୍ଟ ସର୍ବମୋଟ ୬ ଜଣ କର୍ମଚାରୀଙ୍କ ମଧ୍ୟରୁ ୩ ଜଣଙ୍କୁ ଚାକିରୀ ଛାଡିବାକୁ ନିର୍ଦ୍ଦେଶ ଦେଇଛି । ଆଗକୁ ଟାଇମ୍ସ ଲାଇଫରେ ଦିଲ୍ଲୀ ଟାଇମ୍ସର କର୍ମଚାରୀ ମାନେ କାମ ସମ୍ଭାଳିବେ ।
  • ଦ ଇଣ୍ଡିଆନ୍ ଏକ୍ସପ୍ରେସ୍ – କର୍ମଚାରୀଙ୍କର ଅସ୍ଥାୟୀ ଭାବେ ସର୍ବନିମ୍ନ ୧୦% ରୁ ଆରମ୍ଭ କରି ସର୍ବାଧିକ ୩୦% ଦରମା କାଟ୍ କରିବ । ଚିଫ୍ ଏଡିଟର୍ ରାଜକମଲ ଝା ,ଚେୟାରମ୍ୟାନ ଅନନ୍ତ ଗୋଏଙ୍କା ଓ ନିର୍ଦ୍ଦେଶକ ବୈଦେହୀ ଠାକ୍କର ନିଜର ୧୦୦% ଦରମା ତ୍ୟାଗ କରିଛନ୍ତି ।
  • ଅର୍ଣ୍ଣବ ଗୋସ୍ୱାମୀଙ୍କ ରିପବ୍ଲିକ ଟିଭି ନିଜ ବିଜ୍ଞାପନଦାତାଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଥିଲାବେଳେ ନ୍ୟୁଜ ନେସନ୍ ନେଟୱାର୍କ ଇଂଗ୍ଲିସ ଡିଜିଟାଲ୍ ଟିମର ୧୫ ଜଣ କର୍ମଚାରୀଙ୍କୁ ବିନା ନୋଟିସ୍‌ରେ ବରଖାସ୍ତ କରିଛି ।
  • ଇଣ୍ଡିଆ ଟୁଡେ- କ୍ଷତି ସହିନପାରି ୪୬ ଜଣ ରିପୋର୍ଟର, ୬ ଜଣ କ୍ୟାମେରାମ୍ୟାନ ଓ ୧୭ ଜଣ ପ୍ରଡ୍ୟୁସରଙ୍କୁ ଚାକିରୀକୁ ବାହାର କରିଛି ।
  • ଏନଡିଟିଭ- ସମସ୍ତ କର୍ମଚାରୀଙ୍କର ୩୦ % ଦରମା କାଟ୍ କରିଛି ।
  • ନେଟୱାର୍କ ୧୮ ଗ୍ରୁପ- ୬ ଜଣ ଆଙ୍କର, ୧୧ ଜଣ କ୍ୟାମେରା ଓ ୧୯ ଜଣ ରିପୋର୍ଟରଙ୍କୁ ବିନା କାରଣ ଦର୍ଶାଇ ବରଖାସ୍ତ କରିଛି ।
  • ଅମର୍ ଉଜାଲା- ସମସ୍ତ କର୍ମଚାରୀଙ୍କ ୫୦ % ଦରମା କାଟ୍ ।
  • ନୟି ଦୁନିଆ ଓ ଷ୍ଟାର୍ ଅଫ୍ ମହୀଶୁର – ପ୍ରକାଶନ ବନ୍ଦ ରଖିଛନ୍ତି ।
  • PTI – ସମସ୍ତ କର୍ମଚାରୀଙ୍କୁ ମାତ୍ର ୬୦ % ଦରମା ଦେଇଛି ।
  • ହିନ୍ଦୁସ୍ତାନ ଟାଇମ୍ସ ମରାଠୀ – ଏପ୍ରିଲ୍ ୩୦ରେ ସଂସ୍ଥା ବନ୍ଦ ହେବ । ଚିଫ୍ ଏଡିଟରଙ୍କ ସମେତ ସମସ୍ତ କର୍ମଚାରୀଙ୍କୁ ଘରକୁ ଯିବାକୁ କୁହାଯାଇଛି ।

ଏହି ସମସ୍ତ ମିଡିଆ ହାଉସ, ଖବରକାଗଜ ଉଦ୍ୟୋଗ ଓ ଡିଜିଟାଲ ସାଇଟକୁ ବାଦ ଦେଲେ ଅନେକ ପବ୍ଲିକେସନ ହାଉସ୍ ବି ସମ୍ପୁର୍ଣ୍ଣ କାମ୍ ବନ୍ଦ ରଖିଛନ୍ତି । ତେବେ ଓଡିଶାର ବି ଅନେକ ଖବର କାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମ ଏହି ଧାରାରେ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.