Latest Odisha News

BREAKING NEWS

କାନ୍ସ ଫିଲ୍ମ ଫେଷ୍ଟିଭାଲ: ଦ୍ବିତୀୟ ଦିନରେ ଷ୍ଟାଇଲିସ୍ ଡ୍ରେସ ପିନ୍ଧି ଚର୍ଚ୍ଚାରେ ନୀଳ ନୟନା

ମୁମ୍ବାଇ: ଚାଲିଥିବା କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପ୍ରଥମ ଦିନର ଲୁକ୍ ସହିତ ଐଶ୍ୱର୍ଯ୍ୟା ରାୟ ଅନେକ ଲାଇମଲାଇଟ୍ ହାସଲ କରିଥିବାବେଳେ ବର୍ତ୍ତମାନ ଅଭିନେତ୍ରୀଙ୍କ ଦ୍ୱିତୀୟ ଦିନର ଲୁକ୍ ମଧ୍ୟ ଚର୍ଚ୍ଚାରେ ରହିଛି । କେବଳ ସୌନ୍ଦର୍ଯ୍ୟ ପାଇଁ ନୁହେଁ ବରଂ ଫ୍ୟାଶନ ସେନ୍ସ ପାଇଁ ସାରା ବିଶ୍ୱରେ ପରିଚିତ ଐଶ୍ୱର୍ଯ୍ୟା ରାୟ କାନ୍ସର ଦ୍ୱିତୀୟ ଦିନରେ ଏକ ନିଆରା ଗାଉନ୍ ପିନ୍ଧିଥିଲେ । ଯାହା ପାଇଁ ସେ ବେଶ୍ ପ୍ରଶଂସା ସାଉଁଟିଛନ୍ତି ।

ଗତ ୨୨ ବର୍ଷ ଧରି କାନ୍ସ ଫିଲ୍ମ ଫେଷ୍ଟିଭାଲରେ ନିଜ ଷାଇଲ ଏବଂ ଭିନ୍ନ ପୋଷାକ ସହିତ ଲୋକଙ୍କ ହୃଦୟ ଜିତି ଆସୁଥିବା ଭାରତୀୟ ଅଭିନେତ୍ରୀ ଐଶ୍ୱର୍ଯ୍ୟାଶ୍ୱର୍ଯ୍ୟା ରାୟଙ୍କ ଦ୍ବିତୀୟ ଦିନର ଲୁକ୍ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ସମ୍ପୂର୍ଣ୍ଣ ନୂଆ ଦେଖାଯାଉଛନ୍ତି । ଐଶ୍ୱର୍ଯ୍ୟା କାନ୍ସର ଦ୍ୱିତୀୟ ଦିନରେ ସିଲଭର ଏବଂ ଡ୍ରାମାଟିକ ବ୍ଲୁ ରଙ୍ଗର ଗାଉନ୍ ପିନ୍ଧିଥିଲେ, ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ ।

ସେହି ଗାଉନର ତଳ ଭାଗକୁ ଫିସକଟ୍ ଷ୍ଟାଇଲରେ ସଜା ଯାଇଛି । ଏହି ଗାଉନକୁ ଫ୍ଲଫି ଟଚ୍ ସ୍ପର୍ଶ ଦିଆଯାଇଥିଲା । ଏହି ଗାଉନରେ ଅଭିନେତ୍ରୀ ନିଜର ସୁନ୍ଦର ଚେହେରା ସହିତ ଲୋକଙ୍କ ହୃଦୟ ଜିତିବା ପାଇଁ କୌଣସି ବାଟ ଛାଡି ନଥିଲେ । ଲୁକ୍ କୁ ସଂପୂର୍ଣ୍ଣ କରିବା ପାଇଁ ଅଭିନେତ୍ରୀ ବେବି କର୍ଲ ସହିତ କେଶ ଖୋଲା ରଖିଥିଲେ । ଏହି ଲୁକ୍ ସହିତ ଅଭିନେତ୍ରୀ ବହୁତ କମ୍ ଅଳଙ୍କାର ପିନ୍ଧିଥିଲେ ।

ନିଜର ଚମତ୍କାର ଅଭିନୟ, ସୌନ୍ଦର୍ଯ୍ୟ ଏବଂ ଆଖି ପାଇଁ ସାରା ବିଶ୍ୱରେ ଐଶ୍ୱର୍ଯ୍ୟା ରାୟ 77 ତମ ବାର୍ଷିକ କାନ୍ସ ଫିଲ୍ମ ଫେଷ୍ଟିଭାଲର ରେଡ କାର୍ପେଟରେ ନିଜର ସୌନ୍ଦର୍ଯ୍ୟକୁ ଚିତ୍ରିତ କରିଛନ୍ତି । କାନ୍ସ 2024 ର ତାଙ୍କର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ।

Leave A Reply

Your email address will not be published.