Latest Odisha News

BREAKING NEWS

ଫୁଲ ମାଳ ପକାଇବା ନାଁରେ କହ୍ନୈୟା କୁମାରଙ୍କୁ ମାଡ଼, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଉତ୍ତର ପୂର୍ବ ଦିଲ୍ଲୀରେ କଂଗ୍ରେସର ଲୋକସଭା ପ୍ରାର୍ଥୀ କହ୍ନୈୟା କୁମାର ର କରୁଥିବା ବେଳେ ତାଙ୍କ ଉପରକୁ ଆକ୍ରମଣ ହୋଇଛି । କହ୍ନୈୟାଙ୍କୁ ଫୁଲ ମାଳ ପିନ୍ଧାଇବା ନାଁରେ ପାଖକୁ ଆସି ତାଙ୍କୁ ମାଡ଼ ମାରି କାଳି ଫିଙ୍ଗିଛନ୍ତି । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଏହା ସହିତ ଦୁର୍ବୁତ୍ତ ମାନେ ଆମ୍ ଆଦମୀ ପାର୍ଟି ର ମହିଳା କାଉନସିଲର ଛାୟା ଗୌରବ ଶର୍ମା ଙ୍କ ସହିତ ମଧ୍ୟ ଦୁର୍ବ୍ୟବହାର କରିଛନ୍ତି । ଏନେଇ ସେ ପୋଲିସ ରେ ଅଭିଯୋଗ କରିଛନ୍ତି । ତାଙ୍କ ଦେହର ପଡିଥିବା ସାଲ୍ କୁ ଦୁର୍ବୁତ୍ତ ମାନେ ଟାଣିନେଇଥିଲେ । ଏହାପରେ ତାଙ୍କ ସ୍ୱାମୀଙ୍କୁ ଧମକ ଦେଇଥିଲେ । ସମସ୍ତ ଘଟଣାରେ କହ୍ନୈୟାଙ୍କ ସମେତ ୪ ଜଣ ମହିଳା ମଧ୍ୟ ଆହତ ହୋଇଛନ୍ତି ।

ପୋଲିସର ସୂଚନା ମୁତାବକ, ବୈଠକ ପରେ କହ୍ନେୟା କୁମାରଙ୍କୁ ଭେଟିବାକୁ ଛାୟା ଶର୍ମା ତାଙ୍କ ନିକଟକୁ ଆସିଥିଲେ । ଏହି ସମୟରେ କିଛି ଦୁର୍ବୁତ୍ତ ଆସି କହ୍ନେୟାଙ୍କୁ ଫୁଲ ମାଳ ପିନ୍ଧାଇବା ବାହାନାରେ ତାଙ୍କୁ ଚାପୁଡା ଗୋଇଠା ମାରିବା ସହ କାଳି ଫିଙ୍ଗିଥିଲେ । ଏହା ସହ ଛାୟା ଶର୍ମାଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିଲେ ଓ ଧମକ ଦେଇଥିଲେ ।

କହ୍ନେୟା କୁମାରଙ୍କୁ ଆକ୍ରମଣ କରିଥିବା ଯୁବକ ହେଉଛନ୍ତି ଦକ୍ଷ ଚୌଧୁରୀ । ଏହି ଘଟଣା ପରେ ଦକ୍ଷ ମଧ୍ୟ ଏକ ଭିଡିଓ ଜାରି କରିଛନ୍ତି । ଏହି ଭିଡିଓରେ ସେ କହିଛନ୍ତି, ‘କହ୍ନେୟା ଯିଏ’ ଭାରତ ର ଖଣ୍ଡ ଖଣ୍ଡ ହେବ ‘ସ୍ଲୋଗାନ ଦେଇଥିଲେ, ଅଫଜଲ ଆମେ ଲଜ୍ଜିତ, ତୁମର ହତ୍ୟାକାରୀ ଜୀବିତ, ବୋଲି କହିଥିଲେ ଆମେ ଦୁହେଁ ତାଙ୍କୁ ଚାପୁଡ଼ା ମାରିବା ସହିତ ଜବାବ ଦେଲୁ ।

ଦକ୍ଷ ଚୌଧୁରୀ ଆହୁରି କହିଛନ୍ତି ଯେ, ଯେପର୍ଯ୍ୟନ୍ତ ଆମ ପରି ସନାତନ ଜୀବିତ ଅଛନ୍ତି, କେହି ଭାରତକୁ ଖଣ୍ଡ ଖଣ୍ଡ କରି ପାରିବେ ନାହିଁ । ଦକ୍ଷ ସହ ଉପସ୍ଥିତ ଥିବା ଅନ୍ୟ ବ୍ୟକ୍ତି କହିଛନ୍ତି ଯେ ଯିଏ ଭାରତୀୟ ସୈନିକମାନଙ୍କୁ ବଳାତ୍କାରୀ ବୋଲି କହିଥାଏ ତାକୁ ଦିଲ୍ଲୀରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ । ଦକ୍ଷ ଆହୁରି କହିଛନ୍ତି, ମୁଁ ଯାହା କହିଥିଲି ତାହା କରିଦେଖେଇଲି ଏବଂ ତାଙ୍କୁ ଭଲ ଚର୍ଚ୍ଚା କଲି ।

ସୂଚନାଯୋଗ୍ୟ, କହ୍ନେୟା କୁମାର ଉତ୍ତରପୂର୍ବ ଦିଲ୍ଲୀ ଲୋକସଭା ଆସନରୁ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ ହୋଇଛନ୍ତି । ସେ ବିଜେପିର ଦୁଇ ଥର ସାଂସଦ ହୋଇଥିବା ମନୋଜ ତିଓ୍ବାରୀଙ୍କ ବିପକ୍ଷରେ ଲଢୁଛନ୍ତି ।

Leave A Reply

Your email address will not be published.