Latest Odisha News

BREAKING NEWS

ନବ ଦାସଙ୍କ ପୁଅଙ୍କୁ ୪ ଘଣ୍ଟା ଜେରା କଲା ଆୟକର ବିଭାଗ

ଭୁବନେଶ୍ୱର: ସ୍ବର୍ଗତ ନବ ଦାସଙ୍କ ପୁଅ ତଥା ଝାରସୁଗୁଡ଼ା ବିଧାୟିକା ପ୍ରାର୍ଥିନୀ ଦୀପାଳି ଦାସଙ୍କ ଭାଇ ବିଶାଳ ଦାସଙ୍କୁ ଜେରା କରିଛି ଆୟକର ବିଭାଗ । ଶୁକ୍ରବାର ବିଶାଳଙ୍କୁ ଝାରସୁଗୁଡାର ଏକ ଘରୋଇ ହୋଟେଲକୁ ଡାକି ଦୀର୍ଘ ୪ ଘଣ୍ଟା ଧରି ଜେରା କରିଥିବା ଜଣାପଡ଼ିଛି ।

ତେବେ କେଉଁ କାରଣରୁ ଏହି ଜେରା ହୋଇଛି ତାହା ଜଣାପଡିନାହିଁ । ପଚରାଉଚରା ପରେ ଆୟକର ବିଭାଗ ବିଶାଳଙ୍କୁ ଛାଡ଼ି ଦେଇଥିବା ସୂଚନା ମିଳିଛି । ଏନେଇ ବିଶାଳ କିମ୍ବା ଆୟକର ବିଭାଗର ପ୍ରତିକ୍ରିୟା ମଧ୍ୟ ମିଳିପାରିନି ।

ଭଉଣୀ ଦୀପାଳି ଦାସ ବିଜେଡିରୁ ପ୍ରାର୍ଥୀ ଥିବାବେଳେ, ନିର୍ବାଚନ ସମୟରେ ବିଶାଳଙ୍କୁ ଆୟକର ବିଭାଗ ଡାକି ଜେରା କରିବା ତାହା ଚର୍ଚ୍ଚାର ବିଷୟ ପାଲଟଛି ।

Leave A Reply

Your email address will not be published.