Latest Odisha News

କଂଗ୍ରେସକୁ ଝଟକା, ହାତ ଛାଡ଼ି ବିଜେପିରେ ଯୋଗଦେବେ ଅଜୟ କପୁର

ଲକ୍ଷ୍ନୌ: ବିଜେପିରେ ମିଶିବେ ଉତ୍ତରପ୍ରଦେଶର କଂଗ୍ରେସର ପୂର୍ବନେତା ଅଜୟ କପୁର । ଆଜି ସେ ହାତ ଛାଡ଼ି ପଦ୍ମ ଧରିବା ନେଇ ସୂଚନା ରହିଛି ।୩ ଥର ବିଧାୟକ ଥିବା କଂଗ୍ରେସର ରାଷ୍ଟ୍ରୀୟ ସଚିବ ଭାବେ କାମ କରିଛନ୍ତି । ବିହାରରେ କଂଗ୍ରେସ ପ୍ରଭାରୀ ମଧ୍ୟ ରହିଥିଲେ ଅଜୟ କପୁର । କାନପୁର ବଡ଼ ନେତାଙ୍କ ମଧ୍ୟରେ ସେ ମଧ୍ୟ ସାମିଲ ଥିବା କୁହାଯାଉଛି । ଲୋକସଭା ନିର୍ବାଚନ ପୂର୍ବରୁ ଅଜୟଙ୍କ ଦଳ ଡିଆଁ କଂଗ୍ରେସକୁ ବଡ଼ ଝଟକା ଦେଇଛି ।

ପୂର୍ବ କଂଗ୍ରେସ ନେତା ଅଜୟ କପୁର ୨୦୦୨ରୁ ପ୍ରଥମ ଥର ବିଧାୟକ ହୋଇଥିଲେ । ଏହାପରେ ଲଗାତାର ୩ଥର ସେ ବିଧାୟକ ଭାବେ ବିଜୟ ହାସଲ କରିଥିଲେ । ୨୦୦୨ରୁ ୨୦୧୭ ପର୍ଯ୍ୟନ୍ତ ସେ ବିଧାୟକ ଥିଲେ । ଅଜୟ କପୁର କାନପୁରର ଗୋବିନ୍ଦନଗର ଏବଂ କିଦବଇ ନଗର ଆସନରୁ ବିଧାୟକ ହୋଇଥିଲେ । ସୂଚନା ଅନୁସାରେ ତାଙ୍କ ନାମ କାନପୁର ବିଜେପି ଆଶାୟୀ ପ୍ରାର୍ଥୀ ତାଲିକାରେ ମଧ୍ୟ ସାମିଲ ହୋଇଛି । ଆଗାମୀ ନିର୍ବାଚନରେ ବିଜେପି ତାଙ୍କ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇବା ନେଇ ଚର୍ଚ୍ଚା ହେଉଛି ।

୫୬ ବର୍ଷର ଅଜୟ କପୁର କାନପୁରର କିଦବାଇ ନଗର ବିଧାନସଭାର ଭୋଟର । ୨୦୨୨ ବିଧାନସଭା ନିର୍ବାଚନରେ କଂଗ୍ରେସ ଏହି ଆସନରୁ ଅଜୟ କପୁରକୁ ପ୍ରାର୍ଥୀଭାବେ ଚୟନ କରିଥିଲା । ହେଲେ ନିର୍ବାଚନରେ ହାରି ଯାଇଥିଲେ ଅଜୟ । ସେହି ସମୟରେ ବିଜେପି ପ୍ରାର୍ଥୀ ମହେଶ ତ୍ରିବେଦୀ ୩୮ ହଜାର ଭୋଟରେ କଂଗ୍ରେସ ପ୍ରାର୍ଥୀଙ୍କୁ ହରାଇ ବିଜୟ ହାସଲ କରିଥିଲେ ।

 

 

 

Leave A Reply

Your email address will not be published.