Latest Odisha News

BREAKING NEWS

ଡହ ଡହ ଖରାରେ ଅସ୍ତବ୍ୟସ୍ତ ଜନଜୀବନ, ୨ରୁ ୪ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ବର: ରାଜ୍ୟରେ ବଢ଼ିବ ତାପମାତ୍ରା । ୪୦ ଡିଗ୍ରୀ ଛୁଇଁପାରେ ପାରଦ । ୨ ଦିନ ତାତିରୁ ନାହିଁ ନିସ୍ତାର । ମେଘମୁକ୍ତ ଆକାଶ ସହ ବାୟୁମଣ୍ଡଳରେ ଶୁଷ୍କତା ବୃଦ୍ଧି ପାଇଁ ତାତି ବଢିଛି । ଆଜି ଓ ଆସନ୍ତାକାଲି ରାଜ୍ୟରେ ତାତି ୨ରୁ ୪ ଡିଗ୍ରୀ ବଢ଼ିବ  । କଟକ, ଭୁବନେଶ୍ବର ଅନ୍ୟ କିଛି ସ୍ଥାନରେ ୪୦ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରହିପାରେ ତାପମାତ୍ରା । ୧୫ ତାରିଖରୁ ପାଗରେ ପରିବର୍ତ୍ତନ ହେବ । ୪ ଦିନ ପର୍ଯ୍ୟନ୍ତ କିଛି ସ୍ଥାନରେ ବର୍ଷା ସମ୍ଭାବନା ଥିବା ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ଆଦିରେ ବିଜୁଳି ଘଡ଼ଘଡ଼ି ସହ ସ୍ୱଳ୍ପ ବର୍ଷା ହୋଇପାରେ ।

BjdElectrycity

ଉପକୂଳ ଓ ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।ଗତକାଲି ରାଜଧାନୀ ତାପମାତ୍ରା ୩୭ଡିଗ୍ରୀ  ରହିଥିଲା । ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା ବଢ଼ିଛି । ଦିନ ସମୟରେ ଖରା ସାଙ୍ଗକୁ ଗରମ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି ।

ଗତକାଲି ପାରଳାଖେମୁଣ୍ଡିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୮.୧ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗୀର, ଟିଟିଲାଗଡ଼ ଓ ବୌଦ୍ଧରେ ୩୮, ଭବାନୀପାଟଣାରେ ୩୭.୮, ନୟାଗଡ଼ରେ ୩୭.୫, ତାଳଚେରରେ ୩୭.୪, ଢେଙ୍କାନାଳ, ମାଲକାନଗିରି ଓ ଭୁବନେଶ୍ବରରେ ୩୭ ଡିଗ୍ରି ରହିଥିଲା।

 

Leave A Reply

Your email address will not be published.