Latest Odisha News

ପ୍ରାର୍ଥୀ ବଦଳ ଜାଣିପାରି ଫେରାଇ ଦେଲେ ଟିକେଟ: ଅଜୟ କୁମାର

ଭୁବନେଶ୍ୱର: କଂଗ୍ରେସରୁ ପୁରୀ ସାଂସଦ ପ୍ରାର୍ଥୀ ହୋଇଥିବା ସୁଚରିତା ମହାନ୍ତି ଟିକେଟ ଫେରାଇବା ପରେ ଏହାକୁ ନେଇ ବଡ ବୟାନ ଦେଇଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର । ଅଜୟ କୁମାରଙ୍କ କହିବା ଅନୁସାରେ ପୁରୀ ଲୋକସଭା ଆସନ ପାଇଁ ପ୍ରାର୍ଥୀ ପରିବର୍ତ୍ତନ କରାଯାଇଥାନ୍ତା । ଏଥିପାଇଁ ଆମେ ଚିଠି ଲେଖି ଅନୁରୋଧ ମଧ୍ୟ କରିଥିଲୁ । ଆଗାମୀ ଦିନେ ଦୁଇଦିନ ମଧ୍ୟରେ ପ୍ରାର୍ଥୀ ଚୟନ କରାଯାଇ ଘୋଷଣା କରାଯାଇଥାନ୍ତା । ତେଣୁ ଆଗୁଆ ସୁଚରିତା ଜାଣିବା ପରେ ଟିକଟ ଫେରାଇ ଦେଇଛନ୍ତି। ଫଣ୍ଡିଂର କୌଣସି ସମସ୍ୟା ନାହିଁ , ପାର୍ଟି ଏଥିପାଇଁ ସମସ୍ତ ଫଣ୍ଡିଂ ଯୋଗଇଥାନ୍ତା ।

ସୂଚନାଯୋଗ୍ୟ, ଆଜି ସକାଳେ କଂଗ୍ରେସ ସାଂସଦ ସୁଚରିତା ମହାନ୍ତି ପୁରୀ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଟିକେଟ ଫେରାଇଥିଲେ । ପ୍ରଚାର ପାଇଁ ଦଳ ପକ୍ଷରୁ କୌଣସି ଫଣ୍ଡିଂ ଦିଆଯାଉନାହିଁ ଅଭିଯୋଗ କରି ଟିକଟ ଫେରାଇଥିଲେ । ବିନା ଫଣ୍ଡିଙ୍ଗରେ କ୍ୟାମ୍ପେନିଙ୍ଗ ସମ୍ଭବ ନୁହେଁ ବୋଲି ସେ କହିଥିଲେ ।

Leave A Reply

Your email address will not be published.