Latest Odisha News

ଆରବ ସାଗରରେ ପୁଣିଥରେ ପରାକ୍ରମ ଦେଖାଇଲା ଭାରତୀୟ ନୌସେନା, ବଞ୍ଚାଇଲା ୨୦ ପାକିସ୍ତାନୀଙ୍କ ଜୀବନ

ନୂଆଦିଲ୍ଲୀ: ଆରବ ସାଗରରେ ପୁଣିଥରେ ପରାକ୍ରମ ଦେଖାଇଲା ଭାରତୀୟ ନୌସେନା । ଗତ କିଛି ଦିନ ଧରି ଆରବ ସାଗରରେ ଲଗାତାର ଭାବରେ ଅନ୍ୟ ଦେଶକୁ ସାହାର୍ଯ୍ୟ କରିବାରେ ଲାଗିଛି ଭାରତୀୟ ନୌସେନା । ଯେକୌଣସି ଜରୁରୀକାଳିନ ସମୟରେ ସେ ଜଳଦସ୍ୟୁଙ୍କ ଠାରୁ ଉଦ୍ଧାର କରିବା ହେଉ କିମ୍ବା ମେଡିକାଲ ସହାୟତାରେ ହେଉ ଭାରତୀୟ ନୌସେନା ସବୁବେଳେ ଅନ୍ୟ ଦେଶମାନଙ୍କୁ ସୁରକ୍ଷା ଦେଇଛି । ଏପରିସ୍ଥିତିରେ ପୁଣି ଏକ ମାମଲା ସାମ୍ନାକୁ ଆସିଛି । ଏଥର ଭାରତୀୟ ନୌସେନା ଏକ ଏମରଜେନ୍ସି ଫୋନ କଲର ଜବାବ ଦେଇ ୨୦ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କ ଜୀବନ ବଞ୍ଚାଇଛି ।

ସୂଚନା ଅନୁଯାୟୀ, ଆରବ ସାଗରରେ ଡକାୟତି ରୋକିବା ପାଇଁ ନିୟୋଜିତ ହୋଇଥିବା ଆଇଏନଏସ ସୁମେଦ୍ଧା ମିଶନରୁ ଆସିଥିବା ଏକ ଜରୁରୀକାଳୀନ କଲର ତୁରନ୍ତ ଜବାବ ଦେବା ଇରାନର ଏକ ଜାହାଜକୁ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ସହାୟତା ଯୋଗାଇ ଦେଇଛି ଭାରତୀୟ ନୌସେନା । ଏହି ଜାହାଜରେ ୨୦ ଜଣ ପାକିସ୍ତାନୀ କର୍ମଚାରୀ ଥିଲେ ।

ନୌସେନାର ସୂଚନା ଅନୁସାରେ, ପାଟ୍ରୋଲିଂ ଜାହାଜ ଆଇଏନଏସ ସୁମେଦ୍ଧା ଗତ ୩୦ ଏପ୍ରିଲରେ ଏହି ସହାୟତା ପ୍ରଦାନ କରିଛି । ପ୍ରଥମେ ଏଫବି ଅଲ ରହମାନି ରୋକା ଯାଇଥିଲା । ଏହାପରେ ନୌସେନର ଏକ ଡାକ୍ତରୀ ଦଳ ଇରାନ ଜାହାଜରେ ଚଢି ଜଣେ କ୍ରୁ ସଦସ୍ୟଙ୍କୁ ତୁରନ୍ତ ଚିକିତ୍ସା ସହାୟତା ପ୍ରଦାନ କରିଥିଲେ । ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା । ସେ ଅଚେତ ହୋଇଯାଇଥିଲେ ମାତ୍ର ଚିକିତ୍ସାର କିଛି ସମୟ ପରେ ସେ ଚେତା ଫେରି ପାଇଥିଲେ । ଆରବ ସାଗରରେ ନିୟୋଜିତ ଭାରତୀୟ ନୌସେନାର ଦଳ ଏହି ଅଞ୍ଚଳରେ କାର୍ଯ୍ୟ କରୁଥିବା ନାବିକମାନଙ୍କ ସୁରକ୍ଷା ତଥା ସହାୟତା ପ୍ରତି ଦୃଢ ପ୍ରତିବଦ୍ଧତାର ପ୍ରତୀକ।

Leave A Reply

Your email address will not be published.