Latest Odisha News

BREAKING NEWS

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅଜିତ୍ ପାୱାର

ମୁମ୍ବାଇ: ଶରଦ ପାୱାରଙ୍କ ଏନସିପିକୁ ଝଟକା । ଏନଡିଏରେ ସାମିଲ୍ ହେଲେ ଅଜିତ୍ ପାୱାର । ହେଲେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ । ସମସ୍ତଙ୍କୁ ଝଟକା ଦେଇ ୨୯ ଏନସିପି ବିଧାୟକଙ୍କ ସହ ଅଜିତ୍ ପାୱାର ଏନଡିଏରେ ମିଶିଛନ୍ତି । ଅଜିତ୍ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ୯ ଏନସିପି ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

ଏନଡିଟିଭିର ରିପୋର୍ଟ ଅନୁସାରେ, ଏନସିପିର ୫୩ ବିଧାୟକଙ୍କ ମଧ୍ୟରୁ ଅଜିତ୍ ପାୱାରଙ୍କ ସପକ୍ଷରେ ୪୩ ଜଣଙ୍କ ସମର୍ଥନ ରହିଛି । ୯ ଏନସିପି ବିଧାୟକ ଧର୍ମରାୱ ଅନ୍ନାମ, ସୁନୀଲ ଭଲସାଦ, ଅଦିତି ତଟକରେ, ହସନ ମୁଶ୍ରିଫ୍, ଛଗନ ଭୁଜବଳ, ଧନଞ୍ଜୟ ମୁଣ୍ଡେ, ଅନୀଲ ପାଟିଲ୍, ଦିଲୀପ ପାଟିଲଙ୍କ ଅଜିତ୍ ପାୱାର ଶପଥ ନେଇଛନ୍ତି ।

ଶିବସେନା ବଳ ଏନସିପିରେ ଫାଟ ସୃଷ୍ଟି ହୋଇଥିବା ବେଳେ ସଞ୍ଜୟ ରାଉତ କହିଛନ୍ତି, ମହାରାଷ୍ଟ୍ର ରାଜନୀତିକୁ ସଫା କରିବା ଲାଗି କିଛି ଲୋକ ଠିକା ନେଇଛନ୍ତି । ସେମାନଙ୍କୁ ସେମାନଙ୍କ ରାସ୍ତାରେ ଚାଲିବାକୁ ଦିଅନ୍ତୁ । ଆମେ ମଝବୁତ୍ ଅଛୁ, ଉଦ୍ଧବ ଠାକରେଙ୍କ ସହ ସବୁର ପୁନଃ ନିର୍ମାଣ କରିବୁ । ଏଭଳି ଖେଳକୁ ଲୋକେ ଅଧିକ ଦିନ ଧରି ସହ୍ୟ କରିବେ ନାହିଁ ବୋଲି ସଞ୍ଜୟ ରାଉତ କହିଛନ୍ତି ।

 

Leave A Reply

Your email address will not be published.