Latest Odisha News

BREAKING NEWS

ମୁହଁ ଖୋଲିଲେ ଆକାଶ ଆନନ୍ଦ, କହିଲେ ‘ଶେଷ ନିଃଶ୍ୱାସ ଯାଏ ଲଢ଼ିବି…’

ଲକ୍ଷ୍ନୌ: ଲୋକସଭା ନିର୍ବାଚନ ମଧ୍ୟରେ ବହୁଜନ ସମାଜ ପାର୍ଟି(ବିଏସ୍‌ପି) ମୁଖ୍ୟ ମାୟାବତୀ ନିଜର ପୁତୁରା ଆକାଶ ଆନନ୍ଦଙ୍କୁ ଦଳର ସମସ୍ତ ପଦବୀରୁ ହଟାଇ ଦେଇଛନ୍ତି। ଏପରିକି ତାଙ୍କୁ ଉତ୍ତରାଧିକାରୀ କରିବା ନିଷ୍ପତ୍ତି ମଧ୍ୟ ପ୍ରତ୍ୟାହାର କରିନେଇଛନ୍ତି। ଏହାକୁ ନେଇ ରାଜନୀତି ସରଗରମ ରହିଛି। ଏସବୁ ମଧ୍ୟରେ ଗୁରୁବାର ଆକାଶ ଏହି ନିଷ୍ପତ୍ତିକୁ ସ୍ବୀକାର କରିନେଇଛନ୍ତି। ଏପରିକି ସେ ଶେଷ ନିଃଶ୍ୱାସ ଥିବା ପର୍ଯ୍ୟନ୍ତ ବହୁଜନ ସମାଜ ପାଇଁ ଲଢ଼ିବେ ବୋଲି କହିଛନ୍ତି।

ଆକାଶ ଆନନ୍ଦ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି, ଦରଣୀୟ ମାୟାବତୀଜୀ ଆପଣ ପୂରା ବହୁଜନ ସମାଜ ପାର୍ଟିର ଆଦର୍ଶ। ଆପଣଙ୍କ ଦୀର୍ଘ ବର୍ଷର ସଂଘର୍ଷ ଯୋଗୁ ଆମ ସମାଜକୁ ଏକ ନୂଆ ପରିଚୟ ମିଳିଛି। ଫଳରେ ବହୁଜନ ସମାଜ ପାର୍ଟି ସମ୍ମାନର ସହ ବଞ୍ଚିବା ଶିଖିଛି। ଆପଣ ସର୍ବଦା ଜଣେ ଗ୍ରହଣୀୟ ନେତା। ଆପଣଙ୍କ ଆଦେଶକୁ ଆଖିବୁଜି ସ୍ୱୀକାର କରୁଛି। ନିଜ ସମାଜ ପାଇଁ ମୁଁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବି ବୋଲି କହିଛନ୍ତି ଆକାଶ ।

ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ମାୟାବତୀ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି ଦଳର ଅନ୍ୟ ନେତାଙ୍କୁ ଆଗକୁ ବଢ଼ାଇବା ଦର୍ଶାଇ ଆକାଶ ଆନନ୍ଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କହିଥିଲେ। ଏପରିକି ଆକାଶଙ୍କୁ ସେ ତାଙ୍କ ଉତ୍ତରାଧିକାରୀ ଏବଂ ରାଷ୍ଟ୍ରୀୟ ସଂଯୋଜକ ଭାବେ ଘୋଷଣା କରିଥିଲେ ହେଁ ଦଳ ତଥା ଆନ୍ଦୋଳନର ସ୍ବାର୍ଥରେ ପୂର୍ଣ୍ଣ ପରିବକ୍ୱତା ହାସଲ କରିବା ଯାଏ ତାଙ୍କୁ ଏହି ଦୁଇ ଦାୟିତ୍ୱରୁ ମୁକ୍ତ କରାଯାଉଛି ବୋଲି ସେ କହିଥିଲେ। ମାୟାବତୀଙ୍କ କାର୍ଯ୍ୟାନୁଷ୍ଠାନ ପରେ ରାଜନୈତିକ ମହଲରେ ହଟଚମଟ ଦେଖାଦେଇଥିଲା।

Leave A Reply

Your email address will not be published.