Latest Odisha News

BREAKING NEWS

ରିମାଣ୍ଡ ସରିବା ପରେ ଝାରପଡ଼ା ଜେଲ୍ ଫେରିଲେ ଆକାଶ ପାଠକ

ଭୁବନେଶ୍ୱର: ସରିଲା ଚାରି ଦିନିଆ ରିମାଣ୍ଡ ଅବଧି । ଜେଲ ଫେରିଲେ ଜୁନିଅର ପାଠକ । ରିମାଣ୍ଡ ଅବଧି ସରିବା ପରେ ଆକାଶ ପାଠକ ଝାରପଡ଼ା ଜେଲ ଫେରିଛନ୍ତି । ଆଜି ତାଙ୍କୁ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ହାଜର କରାଇତିଲା କମିଶନରେଟ ପୋଲିସ ।

କ୍ରାଇମବ୍ରାଞ୍ଚ ଆଗରେ ଆକାଶ ସବୁ ସତ ମାନିଥିବା କୁହାଯାଇଥିଲା । ଆଜି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟାରେ କହିଛନ୍ତି, ସେ କୌଣସି କଥା ମାନି ନାହାନ୍ତି । ଆକାଶଙ୍କୁ କମିଶନରେଟ ପୋଲିସ ଚାରି ଦିନିଆ ରିମାଣ୍ଡରେ ନେଇଥିଲା । ସ୍କାଏ କିଙ୍ଗ ଟ୍ରାଭେଲ ଏଜେନ୍ସୀ ଖାରବେଳେନଗର ଥାନାରେ କରିଥିବା ଅଭିଯୋଗ ନେଇ ତାଙ୍କୁ ଜେରା କରିଥିଲା ସ୍ୱତନ୍ତ୍ର ଟିମ୍ ।

ଜେରା ବେଳେ ଆକାଶ ଟାଟାରେ ଏମଡି ନଥିବା ସହ ଅନେକ ସତ କଥା ମାନିଥିବା ସୂଚନା ମିଳିଛି । ଗତକାଲି ଭୁବନେଶ୍ୱର ଡିସିପି କହିଥିଲେ, ଯେଉଁ ଉଦ୍ଦେଶ୍ୟରେ ଆକାଶଙ୍କୁ ରିମାଣ୍ଡରେ ଅଣାଯାଇଥିଲା ସେଦିଗରେ ସଫଳତା ମିଳିଛି ।

Leave A Reply

Your email address will not be published.