Latest Odisha News

BREAKING NEWS

ଅଖିଳେଶଙ୍କ ବଡ ଘୋଷଣା, ଉତ୍ତର ପ୍ରଦେଶରେ ୧୧ ଲୋକସଭା ଆସନରେ ଲଢିବ କଂଗ୍ରେସ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଏବଂ ପଞ୍ଜାବ ରେ ‘ଇଣ୍ଡିଆ’ ମେଣ୍ଟର ମୁଖ୍ୟ କଂଗ୍ରେସକୁ ବଡ ଝଟକା ମିଳିବା ପରେ, ଏବେ ଉତ୍ତର ପ୍ରଦେଶରୁ କଂଗ୍ରେସ ପାଇଁ ଆସିଛି ଖୁସି ଖବର । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏକ ବଡ ଘୋଷଣା କରିଛନ୍ତି । ଆଜି ଟ୍ବିଟ୍ କରି କହିଛନ୍ତି ଯେ, ସମାଜବାଦୀ ପାର୍ଟି କଂଗ୍ରେସ ପାଇଁ ୧୧ ଟି ଆସନ ଛାଡିବ । ଉତ୍ତର ପ୍ରଦେଶରେ ରାଷ୍ଟ୍ରୀୟ ଲୋକଦଳ କେବଳ ୭ଟି ଆସନରେ ଲଢିବ । ‘ଇଣ୍ଡିଆ’ ମେଣ୍ଟ ଏବଂ ପିଡିଏର ରଣନୀତି ୟୁପିରେ ଇତିହାସ ବଦଳିବ ବୋଲି ଏସପି ସୁପ୍ରିମୋ କହିଛନ୍ତି ।

ଖବର ମୁତାବକ, ଅଖିଳେଶ ଯାଦବଙ୍କ ଏହି ଘୋଷଣା ପରେ, ରାଜ୍ୟର କଂଗ୍ରେସ ନେତୃତ୍ୱ ଅସନ୍ତୋଷ୍ଟ ପ୍ରକାଶ କରିଛନ୍ତି । ଏହା ଅଖିଳେଶଙ୍କର ଏକତରଫା ନିଷ୍ପତ୍ତି ବୋଲି ରାଜ୍ୟ ଅଭିଯୋଗ ହୋଇଛି । ଅନ୍ୟପଟେ ଅଖିଳେଶ ଯାଦବଙ୍କ ଏହି ନିଷ୍ପତ୍ତି ପରେ କଂଗ୍ରେସ ର ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଆସିନାହିଁ ।

ଅନ୍ୟପଟେ, କଂଗ୍ରେସର ଉତ୍ତରପ୍ରଦେଶ ସଭାପତି ଅଜୟ ରାୟ କହିଛନ୍ତି ଯେ, ଏନେଇ ଆଲୋଚନା ଜାରି ରହିଛି । ଆମର ରାଷ୍ଟ୍ରୀୟ କମିଟି ଏହା ଉପରେ ଆଲୋଚନା କରୁଛି । ମୁକୁଲ ବାସନିକଙ୍କ ନେତୃତ୍ୱରେ ଗଠିତ କମିଟି ବର୍ତ୍ତମାନ ସମାଜବାଦୀ ଦଳର ବରିଷ୍ଠ ନେତାଙ୍କ ସହ ଆଲୋଚନା କରୁଛି । ୧୧ ଟି ଆସନ ସମ୍ବନ୍ଧୀୟ ଚୁକ୍ତିନାମାର ବିବରଣୀ ଏପର୍ଯ୍ୟନ୍ତ ଜଣା ପଡିନାହିଁ । ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ଚୂଡାନ୍ତ ହୋଇନାହିଁ ।

ତେବେ ୨୦୧୯ ଲୋକସଭା ନିର୍ବାଚନରେ ​​ଉତ୍ତରପ୍ରଦେଶରେ କଂଗ୍ରେସ ସହିତ ଏସପିର କୌଣସି ମେଣ୍ଟ ହୋଇନଥିଲା, କିନ୍ତୁ ଅଖିଳେଶ ଯାଦବଙ୍କ ନେତୃତ୍ୱାଧୀନ ଦଳ ରାୟବରେଲି ଏବଂ ଅମେଠୀ ଆସନରେ କୌଣସି ପ୍ରାର୍ଥୀ ଦେଇନଥିଲା । ଯେଉଁଠାରେ କଂଗ୍ରେସ ନେତା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ନିର୍ବାଚନ ଲଢିଥିଲେ । ରାଜ୍ୟରେ ମୋଟ କଂଗ୍ରେସ ୮୦ ଟି ଆସନରୁ ୬୭ ଟି ରେ କଂଗ୍ରେସ ପ୍ରାର୍ଥୀ କରିଥିଲା । ଦଳ କୁ ମୋଟ୍ ୬.୪ ପ୍ରତିଶତ ଭୋଟ୍ ମିଳିଥିଲା । ଦଳ କେବଳ ଗୋଟିଏ ଆସନରେ ବିଜୟ ଲାଭ କରିଥିଲା । ସେହି ସମୟରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଥିଲେ ।

Leave A Reply

Your email address will not be published.