Latest Odisha News

BREAKING NEWS

ବଲିଉଡ଼ରେ ଇତିହାସ ରଚିଲା ଅକ୍ଷୟ କୁମାରଙ୍କ ‘କେଶରୀ’…

ମୁମ୍ବାଇ : ଖିଲାଡି କୁମାର ଅକ୍ଷୟଙ୍କ ଅଭିନୀତ ‘କେଶରୀ’ ବକ୍ସ ଅଫିସରେ ଧମାଲ ମଚାଇବା ସହ ୧୦୦ କୋଟି କ୍ଲବରେ ସାମିଲ ହୋଇଛି । ଚଳିତ ବର୍ଷର ସିନେମା ଗୁଡିକ ମଧ୍ୟରେ ଏହି ଫିଲ୍ମ ମାତ୍ର ୭ ଦିନ ମଧ୍ୟରେ ୧୦୦ କୋଟିରୁ ଅଧିକ ଆୟ କରିପାରିଛି ।

ଐତିହାସିକ ଫିଲ୍ମ ‘କେଶରୀ’ ମାର୍ଚ୍ଚ ୨୧ ତାରିଖରେ ପରଦାକୁ ଆସିଥିବାବେଳେ ଏହାର ୪ଦିନ ବେଳକୁ ୭୮.୦୭ କୋଟି ଟଙ୍କା ଇନକମ୍ କରିଥିଲା ।୨୦୧୯ ବଲିଉଡ ଫିଲ୍ମରେ ଏହା ସବୁଠାରୁ ବଡ ଓପନିଂ ୱାର୍କ କଲେକ୍ସନ୍ କରିଛି ।

ଅନୁରାଗ ସିଂହ ଦ୍ୱାରା ନିର୍ଦ୍ଦେଶିତ କେଶରୀରେ ଅକ୍ଷୟ କୁମାର ହାବିଲଦାର ଇଶ୍ୱର ସିଂହ ଚରିତ୍ରରେ ଅଭିନୟ କରିଛନ୍ତି । ଫିଲ୍ମରେ ପରିଣିତି ଚୋପ୍ରା ହାବିଲଦାର ଇଶ୍ୱର ସିଂହଙ୍କ ପତ୍ନୀ ଭୂମିକାରେ ନଜର ଆସିଛନ୍ତି ।

ସାରଗାଡି ଯୁଦ୍ଧରେ ବିଟ୍ରିଶରମାନେ ଭାରତୀୟ ସେନାର ୩୬ତମ ଶିଖ ରେଜିମେଣ୍ଟର ନେତୃତ୍ୱ ନେଇଥିଲେ । ଯାହା ୧୮୯୭ ମସିହାରେ ଲଢେଇ ହୋଇଥିଲା । ଏହି ଫିଲ୍ମ ସେସମୟର ୨୧ ଶିଖ୍ ସୈନିକଙ୍କ ଶକ୍ତିଶାଳୀ କାହାଣୀ ଉପରେ ଆଲୋକପାତ କରିଥାଏ । ଯିଏକି ପ୍ରାୟ ୧୦ ହଜାର ଆଫଗାନ୍ ସୈନିକଙ୍କ ମୁକାବିଲା କରିଥିଲେ ।

Leave A Reply

Your email address will not be published.