Latest Odisha News

ପୂର୍ବତଟ ରେଲୱେ କର୍ମଚାରୀଙ୍କ ପିଲାମାନେ ସ୍ୱତନ୍ତ୍ର ଅଭିଜ୍ଞତା ଯାତ୍ରାରେ ହାଇଦ୍ରାବାଦ ଗଲେ

ଭୁବନେଶ୍ୱର : ପୂର୍ବତଟ ରେଳପଥ ପକ୍ଷରୁ ରେଳକର୍ମଚାରୀଙ୍କ ପିଲାମାନଙ୍କ ପାଇଁ ହାଇଦ୍ରାବାଦକୁ ଏକ ସ୍ୱତନ୍ତ୍ର ଅଭିଜ୍ଞତା ଯାତ୍ରା ଆୟୋଜନ କରାଯାଇଅଛି ।

ଯେଉଁଥିରେ ଏହାର ପରିସୀମା ମଧ୍ୟରୁ ଉଭୟ ବାଳକ ଓ ବାଳିକା ସମୁଦାୟ ୬୦ ଜଣ ପିଲା ଭାଗନେଇଛନ୍ତି ଓ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାର ପ୍ରମୁଖ କର୍ମୀଙ୍କ ଅଧିକାରୀଙ୍କ ଉପସ୍ଥିତିରେ ସମସ୍ତ ପିଲାମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସଫଳ ଯାତ୍ରା ପାଇଁ ମଙ୍ଗଳ କାମନା କରିଛନ୍ତି ।

ରେଳବାଇ ପିଲାମାନଙ୍କୁ ହାଇଦ୍ରାବାଦରେ ଥିବା ଐତିହାସିକ ଓ ପର୍ଯ୍ୟଟନ ସ୍ଥଳ ସହିତ ରାମୋଜୀ ଫିଲ୍ମ ସିଟିର ଅଭିଜ୍ଞତାକୁ ଅନୁଭବ କରାଇବାପାଇଁ ଏହି ଯାତ୍ରାର ଉଦ୍ଧେଶ୍ୟ ଅଟେ ।

ବିମାନ ସେବାର ଅନୁଭବ ପାଇଁ ପିଲାମାନଙ୍କୁ ଗୋଟିଏ ପାଶ୍ୱର୍ର ବିମାନ ଯାତ୍ରା ପ୍ରଦାନ କରାଯାଇଅଛି ଓ ଯାହା ଫଳରେ ସେମାନେ ବିମାନ ସେବାର ମଧ୍ୟ ଅଭିଜ୍ଞତା ପାଇପାରିବେ ।

Leave A Reply

Your email address will not be published.