Latest Odisha News

BREAKING NEWS

ଆସନ୍ତୁ ଜାଣିବା ବିଗତ ୬ ବର୍ଷରେ ଅକ୍ଷୟଙ୍କ ଆୟ କେତେ

ମୁମ୍ବାଇ:ବଲିଉଡର ଲୋକପ୍ରିୟ ଅଭିନେତା ଅକ୍ଷୟ କୁମାରଙ୍କ ବିଗତ ୬ ବର୍ଷର ଆୟ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଅକ୍ଷୟ କୁମାର ୨୦୧୪ରୁ ୨୦୨୦ ମଧ୍ୟରେ ୧୭୪୪ କୋଟି ଟଙ୍କା ଆୟ କରିଛନ୍ତି । ୨୦୨୦ରେ କରୋନା କାଳରେ ମଧ୍ୟ ଅକ୍ଷୟ ୩୫୬.୫୭ କୋଟି ରୋଜଗାର କରିଥିଲେ । ଏଥିରେ ଫିଲ୍ମର ଆୟ ଓ ବିଜ୍ଞାପନ ସାମିଲ ଅଛି ।

୨୦୧୯ରେ କେସରୀ, ମିଶନ ମଙ୍ଗଲ, ହାଉସଫୁଲ ୪, ଗୁଡ ନ୍ୟୁଜ ହିଟ ହୋଇଥିଲା । ବିଜ୍ଞାପନ ଓ ହିଟ ଫିଲ୍ମରୁ ୪୫୯.୨୨ କୋଟି ଟଙ୍କା ଆୟ କରିଥିଲେ । ସେହିପରି ୨୦୧୮ରେ ୨୭୭.୦୬ କୋଟି, ୨୦୧୭ରେ ୨୩୧.୦୬ ଓ ୨୦୧୬ରେ ୨୧୧.୫୮ କୋଟି ଟଙ୍କା ଆୟ କରିଥିଲେ । ୨୦୨୧ରେ ମଧ୍ୟ ତାଙ୍କର ଅନେକଗୁଡିଏ ଫିଲ୍ମ ରିଲିଜ ହେବାକୁ ଥିବାରୁ ଏହି ରାଶି ବଢ଼ିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.