Latest Odisha News

BREAKING NEWS

ନୀଳାଚଳ ସାରସ୍ୱତ ସଙ୍ଘର ୭୪ତମ ଭକ୍ତ ସମ୍ମିଳନୀ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

୧୦ ହଜାରରୁ ବେଶୀ ଭକ୍ତ ଯୋଗଦାନ କରିବେ

ଭୁବନେଶ୍ୱର : ପରମହଂସ ସଦଗୁରୁ ସ୍ୱାମୀ ନିଗମାନନ୍ଦ ସରସ୍ୱତୀ ଦେବଙ୍କ ପ୍ରତିଷ୍ଠିତ ପୁରୀସ୍ଥିତ ନୀଳାଚଳ ସାରସ୍ୱତ ସଙ୍ଘ ଦ୍ୱାରା ଅନୁଷ୍ଠିତ ହେଉଥିବା ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀର ୭୪ତମ ଅଧିବେଶନ ପାଇଁ ଏକ ପ୍ରସ୍ତୁତି ବୈଠକ ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ ହୋଇଯାଇଛି ।

ବାଲେଶ୍ୱର ଜିଲ୍ଲା ସୋରଠାରେ ୨୦୨୫ ମସିହାରେ ଫେବୃଆରୀ ମାସ ମାଘ ପୂର୍ଣ୍ଣିମା ସମୟରେ ଅନୁଷ୍ଠିତ ହେବାକୁ ଥିବା ଏହି ଭକ୍ତ ସମ୍ମିଳନୀରେ ଦେଶ ବିଦେଶରୁ ପ୍ରାୟ ଦଶ ହଜାରରୁ ଊର୍ଦ୍ଧ୍ୱ ଭକ୍ତ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ସମ୍ମିଳନୀରେ ଭକ୍ତମାନଙ୍କର ରହିବା ଓ ପ୍ରସାଦ ପାଇବାର ସମସ୍ତ ଆୟୋଜନ ସଙ୍ଘ ପକ୍ଷରୁ କରାଯିବ । ଏହି ଉପଲକ୍ଷେ ସମ୍ମିଳନୀ ସମୟରେ ସ୍ଥାନୀୟ ଜନ ସାଧାରଣଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ । ସମ୍ମିଳନୀର ୨ୟ ଦିବସରେ ଏକ ରକ୍ତ ଦାନ ଶିବିର ମଧ୍ୟ ଅନୁଷ୍ଠିତ ହେବ । ପବିତ୍ର ଅକ୍ଷୟ ତୃତୀୟାରେ ସ୍ଥାନୀୟ ଲୋକଙ୍କୁ ଫଳଚାରା ବଣ୍ଟନ କରାଯିବ । ଆଗାମୀ ସରସ୍ୱତୀ ପୂଜା ଦିନ ସ୍ଥାନୀୟ ମେଡିକାଲରେ ରୋଗୀ ମାନଙ୍କୁ ଫଳ ବଣ୍ଟନର ବ୍ୟବସ୍ଥା କରାଯାଇଛି ।

ସଙ୍ଘର ସଭାପତି ସନ୍ତୋଷ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଭାପତିଙ୍କ ପ୍ରାରମ୍ଭିକ ଅଭିଭାଷଣ ପରେ ସଙ୍ଘର ପରିଚାଳକ ଶରତ ଚନ୍ଦ୍ର ସିଂଦେଓ ସମ୍ମିଳନୀର ବିଭିନ୍ନ ସେବା ବିଭାଗ ସମ୍ପର୍କରେ ଆଲୋଚନା କରିଥିଲେ । ସୋରୋ ସଙ୍ଘ ପକ୍ଷରୁ ସଭ୍ୟ ରାଧାକୃଷ୍ଣ ମହାପାତ୍ର ସମସ୍ତ ଆୟୋଜନର ସୁପରିଚାଳନା କରିଥିଲେ ।

Leave A Reply

Your email address will not be published.