Latest Odisha News

BREAKING NEWS

ଜେଲ ଭିତରେ ବ୍ରାଉନସୁଗାର କାରବାର

ଭୁବନେଶ୍ୱର: ଜେଲ୍ ଭିତରେ ଚାଲିଛି ବ୍ରାଉନସୁଗାର ବେପାର । ଲୁଚାଛପାରେ ନୁହେଁ ବରଂ ଚାଲିଛି ଖୁଲମଖୁଲା କାରବାର । ଏଭଳି ଅଭିଯୋଗ ଆସିଛି ଖୋର୍ଦ୍ଧା ଜେଲରୁ । ଫୋନରେ କାରବାର ଚାଲିଛି । ଆଉ ଏସବୁ କାରବାର ଚଳାଇଛନ୍ତି ବ୍ରାଉନସୁଗାର ମାଫିଆ । ଜେଲ୍ ଭିତରେ ପ୍ରତିଦିନ ଏଭଳି ବେଧଡକ୍ ଭାବେ ଧଳା ଜହରର କଳା କାରବାର ଚଳାଇଛନ୍ତି ଅନ୍ତେବାସୀ ।

କେବଳ ବିକ୍ରି ତା ନୁହେଁ କଏଦୀମାନେ ଏସବୁ ଖୋଲାଖୋଲି ସେବନ ମଧ୍ୟ କରୁଛନ୍ତି । ବ୍ରାଉନସୁଗାର ସହ ଗଞ୍ଜେଇ, ସିଗାରେଟ୍ ଭଳି ସବୁ ପ୍ରକାର ମାଦକ ଦ୍ରବ୍ୟର କାରବାର ହେଉଛି ଏହି ଜେଲ୍ ଭିତରେ । ଏଥିପାଇଁ ସେମାନଙ୍କର କାହାକୁ ଡର ଭୟ ବି ନାହିଁ ।

ଯେଉଁମାନଙ୍କୁ ବ୍ରାଉନସୁଗାର ଚୋରା କାରବାର ପାଇଁ ଗିରଫ କରାଯାଇ ଜେଲ୍ ଭିତରେ ରଖାଯାଇଛି ସେମାନେ ହିଁ ସାଜିଛନ୍ତି ବ୍ରାଉନସୁଗାର କାରବାରର ମୁଖ୍ୟ କାର୍ପଟଦାର । ସେପଟେ ଏହି ଘଟଣା ସାମ୍ନାକୁ ଆସିବା ପରେ ଜେଲ୍ ଡିଜି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.