Latest Odisha News

ଗାଁ ମାଟିରେ ପହଁଞ୍ଚିଲା ଭାରତୀୟ ସେନାର ବିଜୟ ଜ୍ୟୋତି

କଟକ : ଗାଁ ମାଟିରେ ପହଁଞ୍ଚିଲା ସେନାର ବିଜୟ ଜ୍ୟୋତି । କଟକ ଜିଲ୍ଲା ବଡମ୍ବା ବ୍ଲକ  ସଙ୍ଖାମେରୀ ଗାଁ ପଞ୍ଚାୟତର କନ୍ତପଡ଼ା ଗାଁରେ ଭାରତୀୟ ସେନାର ବିଜୟ ଜ୍ୟୋତି ପହଁଞ୍ଚିଛି। ୧୯୭୧ ମସିହା ପାକିସ୍ତାନ ବିରୁଦ୍ଧରେ ବିଜୟ ହାସଲ କରିଥିଲା ଭାରତ ।ବିଜୟର ୫୦ ବର୍ଷ ପୁର୍ତ୍ତି ଅବସରରେ ଏହି ମାସ ଡିସେମ୍ବର ମାସ ୧୬ ତାରିଖକୁ ଦେଶରେ ସ୍ୱର୍ଣ୍ଣିମ ବିଜୟ ବର୍ଷ ଭାବେ ପାଳନ କରାଯାଉଛି।

ସେହି ଯୁଦ୍ଧରେ ଓଡ଼ିଶାରୁ ଅନେକ ସେନା ଭାଗନେଇଥିଲେ ଯେଉଁମାନେ କି ଏବେ ସେମାନଙ୍କ ପରିବାର ସହ ରହୁଛନ୍ତି। ସେମାନଙ୍କୁୂ ସମ୍ମାନ ଦେବାପାଇଁ ସେମାନଙ୍କ ଘରକୁ ବିଜୟ ଜ୍ୟୋତି ପଠାଇ ସ୍ୱର୍ଣ୍ଣିମ ବିଜୟ ବର୍ଷ ପାଳନ କରୁଛି ଭାରତ।ବାଙ୍କୀ ,ଆଠଗଡ଼,ତିଗିରିଆ,ବଡମ୍ବା,ଓ ନରସିଂହପୁର ୫ ଟି ବ୍ଲକରୁ ସେହି ଯୁଦ୍ଧରେ କିଛି ସାମିଲ ହୋଇଥିବା କିଛି ସେନା କର୍ମଚାରୀ ଥିଲେ।

ହେଲେ କନ୍ତପଡ଼ା ଗାଁର ଅବସର ପ୍ରାସ୍ତ ସେନା କର୍ମଚାରୀ ଅଚ୍ୟୁତାନନ୍ଦ ରାଉତଙ୍କ ଘରକୁ ବିଜୟ ଜ୍ୟୋତି ପଠାଇବାପାଇଁ ନିଷ୍ପତି ନେଇଥିଲା ଭାରତୀୟ ସେନା।ଅଚ୍ୟୁତାନନ୍ଦଙ୍କ ଘରେ ବିଜୟ ଜ୍ୟୋତି ପହଁଚିବା ଖବର ମିଳିବା ପରେ ଦେଖିବାପାଇଁ ଗାଁ ଲୋକଙ୍କ ଭିଡ ଜମିଥିଲା।

Leave A Reply

Your email address will not be published.