Latest Odisha News

BREAKING NEWS

ଆମ ଉପରେ ନଜର ରଖିଛନ୍ତି ଏଲିୟନ୍ସ !

ନୂଆଦିଲ୍ଲୀ: ଏଲିୟନ୍ସ ବା ପରଗ୍ରହୀଙ୍କୁ ନେଇ ଅନେକ ଖବର ପ୍ରକାଶ ପାଉଛି । ଏ ନେଇ ଗବେଷଣା କରୁଥିବା ବୈଜ୍ଞାନିକମାନେ ମଝିରେ ମଝିରେ ରହସ୍ୟମୟ ଖୁଲାସା କରୁଛନ୍ତି । ଏବେ ଏକ ଅଧ୍ୟୟନରେ କୁହାଯାଇଛି ହଜାର ପ୍ରକାଶ ବର୍ଷ ଦୂରରେ ଥିବା ଏଲିୟନ୍ସ ଆମ ଉପରେ ନଜର ରଖିଛନ୍ତି । ସେମାନେ ୩୦୦୦ ବର୍ଷ ହେବ ମନୁଷ୍ୟର ଗତିବିଧି ଉପରେ ତୀକ୍ଷଣ ନଜର ରଖିଛନ୍ତି । ୨୦୨୪ରେ ପୃଥିବୀର କେତେକ ସ୍ଥାନରେ ଏଲିୟନଙ୍କ ଟେଲିସ୍କୋପରେ ୫୦୨୪ ନଜର ଆସିଥିଲା । ଏହାର ମାନେ ସେମାନେ ଯାହା ବି କିଛି ଦେଖୁଛନ୍ତି ତାହା ଅତି କମରେ ୩୦୦୦ ବର୍ଷ ପୁରୁଣା ହେବ । ଗବେଷକ ଜେଡେଏନ ଉତ୍ସାନବଙ୍କ ଅନୁସାରେ ଯଦି ଏଲିୟନ୍ସ ପୃଥିବୀ ଉପରେ ନଜର ରଖୁଥିବେ ତେବେ ୩୦୦୦ ପ୍ରକାଶ ବର୍ଷ ଦୂରରେ ଥିବେ । ଏହାର ଅର୍ଥ ସେମାନଙ୍କୁ ସେ ସମୟରେ ଭାରତୀୟ, ଗ୍ରୀକ କିମ୍ବା ମିଶରର ସଭ୍ୟତା ନଜର ଆସୁଥିବ ।

ଏହାର କାରଣ ହେଲା ଗୋଟିଏ ଆକାଶ ଗଙ୍ଗାରୁ ଅନ୍ୟ ଆକାଶ ଗଙ୍ଗାର ଦୂରତା ହଜାର ପ୍ରକାଶ ବର୍ଷ ହେବ । ଦୀର୍ଘ ଦିନର ଗବେଷଣା ସତ୍ୱେ ଏଲିୟନ୍ସଙ୍କ ସମ୍ପର୍କରେ କୌଣସି ସଠିକ ତଥ୍ୟ ମିଳି ନାହିଁ । ଏହାର କାରଣ ହେଲା ସେମାନେ ଧରିତ୍ରୀଠାରୁ ବହୁତ ଦୂରରେ କିମ୍ବା ଟେକନିକରେ ଆମଠାରୁ ବହୁତ ଉଚ୍ଚରେ ରହିଛନ୍ତି । ୩୦୦୦ ବର୍ଷରୁ ବିଳମ୍ବ ଯୋଗୁ ଆମେ କିମ୍ବା ସେମାନେ ପ୍ରକୃତ ତଥ୍ୟ ପାଇ ପାରୁ ନାହିଁ ବୋଲି ବୈଜ୍ଞାନିକମାନେ କହିଛନ୍ତି ।

Leave A Reply

Your email address will not be published.