Latest Odisha News

ଟିଏମସି ପ୍ରାର୍ଥୀ ତାଲିକାରୁ କଟିଲା ନୁସରତଙ୍କ ନାଁ

କୋଲକାତା: ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗର ୪୨ ଲୋକସଭା ଆସନ ପାଇଁ ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ବଶିରହାଟ ଆସନରୁ ମମତା କାହାକୁ ପ୍ରାର୍ଥୀ ଘୋଷଣା କରୁଛନ୍ତି ଏହା ଉପରେ ଥିଲା ସମସ୍ତଙ୍କ ନଜର । କାରଣ ଯେଉଁ ସନ୍ଦେଶଖାଲି ଅଞ୍ଚଳରେ ଉତ୍ତେଜନା ହୋଇଥିଲା ସେହି ଅଞ୍ଚଳ ଏହି ଲୋକସଭା ଆସନ ସହ ଜଡ଼ିତ । ଏହି ଆସନରେ ଅଭିନେତ୍ରୀ ନୁସରତ ଜହାଁ ସାଂସଦ ଥିଲେ । ଟିଏମସି ତାଙ୍କ ଟିକଟ କାଟି ହାଜି ନୁରଲ ଇସଲାମଙ୍କୁ ଦେଇଛନ୍ତି ।

୨୦୧୯ରେ ନିର୍ବାଚନରେ ସବୁଠାରୁ ଚର୍ଚ୍ଚାରେ ଥିବା ନୁସରତ ଜାହାଁଙ୍କୁ ଏଥର ଆଉଟ୍କରିଛନ୍ତି ଦିଦି। ପ୍ରାର୍ଥୀ ତାଲିକାରୁ ତାଙ୍କ ନାଁ କାଟିଦେଇଛି ଟିଏମ୍ସି। ତୃଣମୂଳ କଂଗ୍ରେସ ସୁପ୍ରିମୋ ଏଥର ଅଭିନେତ୍ରୀରୁ ନେତ୍ରୀ ପାଲଟିଥିବା ନୁସରତ ଜାହାଁକୁ ଦେଇନି ଟିକେଟ୍। ତାଙ୍କ ବଦଳରେ ହାଜି ନୁରଲ ଇସଲାମଙ୍କୁ ଟିକେଟ୍ ଦେଇଛି ଟିଏମସି ।

ସେହିପରି ମିମି ଚକ୍ରବର୍ତ୍ତୀଙ୍କ ମଧ୍ୟ ଟିଏମ୍ସି ପ୍ରାର୍ଥୀ ତାଲିକାରୁ ଏଥର ବାଦ୍ପଡିଛନ୍ତି। ପୂର୍ବରୁ ମିମି ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିବା ଯୋଗୁ ଦଳ ଏଥର ତାଙ୍କୁ ଟିକେଟ୍ଦେଇନଥିବା କୁହାଯାଉଛି । ସେ ଗତଥର ଯାଦବପୁର ଆସନରୁ ନିର୍ବାଚନ ଲଢ଼ି ବିପୁଳ ବିଜୟ ହାସଲ କରିଥିଲେ।

ସେହିପରି ଟିଏମସି କୁଚବିହାର ଲୋକସଭା ଆସନରୁ ଜଗଦୀଶ ଚନ୍ଦ୍ର ବସୁନିୟାଙ୍କୁ ପ୍ରାର୍ଥୀ କରିଛି । ସେପଟେ ବହରାମପୁରରୁ ପୂର୍ବତନ ଖେଳାଳି ୟୁସୁଫ ପଠାନଙ୍କୁ ଟିକେଟ ଦେଇଛି । ଯିଏ ଅଧିର ରଂଜନ ଚୌଧୁରୀଙ୍କ ବିରୋଧରେ ଲଢ଼ିବେ । ୨୦୨୪ ଲୋକସଭା ନିର୍ବାଚନ ପାଇଁ ଟିଏମ୍ସି ଯେଉଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଏଥିରେ ବର୍ତ୍ତମାନ ସାଂସଦ ଥିବା ୧୬ ଜଣଙ୍କ ନାଁ ସାମିଲ ଅଛି। ସେହିପରି ୧୨ ଜଣ ମହିଳାଙ୍କ ନାଁ ମଧ୍ୟ ଦିଦିଙ୍କ ଏହି ଲିଷ୍ଟରେ ସ୍ଥାନ ପାଇଛି।

Leave A Reply

Your email address will not be published.